Image Courtesy of The Quint
ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ଅଞ୍ଚଳର ଜଣେ ୨୦ ବର୍ଷ ବୟସ୍କା ଯୁବତୀଙ୍କୁ ଦୁଷ୍କର୍ମ କରି ଉକ୍ତ ଥାନା ବର୍ଷିକିଆ ଡିମିରିଖୋଳ ଗ୍ରାମର ବବୁଲୁ ମୁଣ୍ଡା (୨୩) ଗିରଫ ହୋଇଛି। ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ ବବଲୁ ଗତ ୧୭ ତାରିଖ ଦିନ ଯୁବତୀଙ୍କ ଗ୍ରାମକୁ ଯାଇଥିଲା। ସନ୍ଧ୍ୟାରେ ତାଙ୍କୁ ଏକୁଟିଆ ପାଇ ଘର ନିକଟରେ ଦୁଷ୍କର୍ମ କରିଥିଲା।
ଏ ନେଇ ଯୁବତୀ ଜଣକ ପରିବାର ଲୋକଙ୍କୁ କହିବା ପରେ ତାଙ୍କ ସହ ଯାଇ ଥାନାରେ ଲିଖିତ ଅଭିଯୋଗ କରିଥିଳେ। ଏତଲା ଆଧାରରେ ପୁଲିସ୍ ଏକ ମାମଲା ରୁଜୁ କରି ଅଭିଯୁକ୍ତ ବବୁଲୁକୁ ମଙ୍ଗଳବାର ଗିରଫ କରି କୋର୍ଟଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି।
Follow Us