ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ବିଜେବି କଲେଜ ଗଣ୍ଡଗୋଳ ମାମଲା: ଆଉ ଜଣେ ଅଭିଯୁକ୍ତ ଗିରଫ

Image Courtesy of India Today

ପୁରୀ: ସ୍କୁଲକୁ ଯାଉଥିବା ଜଣେ ନାବାଳିକାକୁ ଅପହରଣ କରିନେଇ ବିବାହ ପ୍ରଲୋଭନ ଦେଖାଇ ଜବରଦସ୍ତ ଦୁଷ୍କର୍ମ କରିଥିବା ଅଭିଯୁକ୍ତକୁ ଚନ୍ଦନପୁର ଥାନା ପୁଲିସ ପଟ୍ଟାମୁଣ୍ଡାଇରୁ ଗିରଫ କରିଛି। ସେଠାରୁ ଛାତ୍ରୀ ଜଣକୁ ମଧ୍ୟ ଉଦ୍ଧାର କରାଯାଇଛି। ଉଭୟଙ୍କୁ ଡାକ୍ତରୀମାଇନା କରାଇବା ପରେ ପୁଲିସ ଆଜି ଅଭିଯୁକ୍ତକୁ କୋର୍ଟଚାଲାଣ କରିଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ ଗତ ମାସ ୧୬ ତାରିଖ ଦିନ ଚନ୍ଦନପୁର ଥାନା ଅଞ୍ଚଳର ୧୬ ବର୍ଷୀୟା ଦଶମ ଶ୍ରେଣୀର ଛାତ୍ରୀ ସ୍କୁଲକୁ ଯାଉଥିଲେ। ଏହି ସମୟରେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇର ଚନ୍ଦ୍ରମଣି ଦାସ(୨୪) ଏହି ଛାତ୍ରୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ଅପହରଣ କରିନେଇଥିଲା। ନାବାଳିକାକୁ ଚନ୍ଦ୍ରମଣି ନେଇ ପଟ୍ଟାମୁଣ୍ଡାଇସ୍ଥିତ ନିଜ ଘରେ ରଖି ତା’ସହ ଶାରୀରିକ ସମ୍ପର୍କ ରଖିଥିଲା। ଏପଟେ ନାବାଳିକାର ପରିବାର ପକ୍ଷରୁ ଚନ୍ଦନପୁର ଥାନାରେ ଅଭିଯୋଗ କରାଯାଇଥିଲା। ଏହି ଅଭିଯୋଗକୁ ଭିତ୍ତି କରି ପୁଲିସ ୪୮/୨୩ ନମ୍ବରରେ ଏକ ମାମଲା ରୁଜୁ କରି ପଟ୍ଟାମୁଣ୍ଡାଇରେ ଚଢ଼ଉ କରି ଗତକାଲି ନାବାଳିକାକୁ ଉଦ୍ଧାର କରିଥିଲା। ତେଣୁ ଉଭୟଙ୍କୁ ଆଜି ସଦର ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରୀମାଇନା କରାଇବାପରେ ନାବାଳିକାକୁ ତା’ର ପରିବାର ଜିମାରେ ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe