୪ ବର୍ଷ ଧରି ଫେରାର ଥିବା ଦୁଷ୍କର୍ମ ଅଭିଯୁକ୍ତ ଗିରଫ

ବ୍ୟବସାୟ ନାଁରେ ୪ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଠକେଇ, ଧୂର୍ତ୍ତ ଅଟକ

NewsKarnataka

ଖଡ଼ିଆଳ : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ପୁଲିସ୍‌ ଜଣେ ଦୁଷ୍କର୍ମ ଅଭିଯୁକ୍ତକୁ ୪ବର୍ଷ ପରେ ଗିରଫ କରି କୋର୍ଟ ଚାଲାଣ କରିଛି। ୨୦୧୫ ମସିହା ଡିସେମ୍ବର ମାସ ୬ ତାରିଖରେ କୋଟାମାଲ ଗ୍ରାମର ଚକ୍ରଧର ଦାଶ (୨୯ ବର୍ଷ) ସ୍ଥାନୀୟ ଜଣେ ବିବାହିତା ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏଥିପାଇଁ ଖଡ଼ିଆଳ ପୁଲିସ୍‌ ଅଭିଯୁକ୍ତକୁ ୯.୨.୨୦୧୬ ରେ ଗିରଫ କରି କୋର୍ଟ ଚାଲାଣ କରି ଜେଲ୍‌ ପଠାଇଥିଲା। ପରେ ଅଭିଯୁକ୍ତ ୧୮.୧୨.୨୦୧୭ରେ ଜାମିନ୍‌ରେ ଆସିଥିଲା। ସେହିଦିନ ଠାରୁ ଅଭିଯୁକ୍ତ ଅଦାଲତଙ୍କ କୌଣସି ଆଦେଶ ନମାନି ଲୁଚି ବୁଲୁଥିଲା। ଏହାପରେ ତା ବିରୋଧରେ ଜାମିନ୍‌ବିହୀନ ଗିରଫ ପରୱାନା ଜାରି କରାଯାଇଥିଲା। ଖଡ଼ିଆଳ ପୁଲିସ୍‌ ଅଭିଯୁକ୍ତକୁ ଖୋଜିବା ପାଇଁ ଯୋଜନା କରି ବୁଧବାର ସଫଳତା ପାଇଥିଲା। ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଅଂଚଳରୁ ଗିରଫ କରି ଗୁରୁବାର କୋର୍ଟଚାଲାଣ କରାଯାଇଥିବା ଆଇଆଇସି କୈଳାସ ଚନ୍ଦ୍ର ସେଠୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe