ଘରକୁ ଡାକିନେଇ ଯୁବତୀଙ୍କୁ ଦୁଷ୍କର୍ମ, ଯୁବକ ଗିରଫ

Advertisment
ଘରକୁ ଡାକିନେଇ ଯୁବତୀଙ୍କୁ ଦୁଷ୍କର୍ମ, ଯୁବକ ଗିରଫ

ବାଲିଅନ୍ତା: ରାଜଧାନୀ ଉପକଣ୍ଠ ପାହାଳ ଥାନାରେ ଜଣେ ଯୁବତୀ ଦୁଷ୍କର୍ମ ଅଭିଯୋଗ ଆଣିଥିବାର ଖବର ମିଳିଛି। ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ କିଶନ ଅଗ୍ରୱାଲ(୨୪) ନାମକ ଜଣେ ଯୁବକ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଏକ ଡ୍ୟାନ୍ସବାରକୁ ଯାଇଥିଲେ। ସେଠାରେ ତାଙ୍କର ଜଣେ ଯୁବତୀଙ୍କ ସହ ପରିଚୟ ହୋଇଥିଲା। ତାପରେ ନିଜ ଘରକୁ ଯିବା ଲାଗି ଯୁବତୀଙ୍କୁ ଅନୁରୋଧ କରିଥିଲେ କିଶନ। ପରେ  ଦୁହେଁ ସାଙ୍ଗହୋଇ କିଶନ ଅଗ୍ରୱାଲ ରହୁଥିବା ପାହାଳ ଘରକୁ ଆସିଥିଲେ। ଡ୍ୟାନ୍ସବାରରେ କିଶନ ପ୍ରଚୁର ମଦ ପିଇଥିଲେ।

ଏହାପରେ ନିଶାସକ୍ତ ଅବସ୍ଥାରେ କିଶନ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିଥିଲେ। ଏହାପରେ ଯୁବତୀଜଣକ ଦୁଷ୍କର୍ମ ସଂପର୍କରେ ପାହାଳ ଥାନାରେ ଅଭିଯୋଗ କରିଥିଲେ। ତାପରେ ପାହାଳ ଥାନା ପୁଲିସ ଅଭିଯୁକ୍ତ କିଶନ ଅଗ୍ରୱାଲଙ୍କୁ ତାଙ୍କ ଘରୁ ଗିରଫ କରିଥିଲା। ଆଜି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି। କିଶନ ଅଗ୍ରୱାଲଙ୍କ ଘର କଟକରେ ବୋଲି ପ୍ରାଥମିକ ତଦନ୍ତରୁ ଜଣାଯାଇଛି। ସେ ରାଜଧାନୀରେ ନିଜର ବ୍ୟବସାୟ ଚଳାଇବା ଲାଗି ପାହାଳରେ ଘର ଭଡ଼ା ନେଇ ରହୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe