ନାବାଳିକା ଦୁଷ୍କର୍ମ ଘଟଣା: ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡ

Advertisment
ନାବାଳିକା ଦୁଷ୍କର୍ମ ଘଟଣା: ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡ

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ଏକ ଗ୍ରାମରେ ଘଟିଥିବା ନାବାଳିକା ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡାଦେଶ ହୋଇଛି।

ସୂଚନାଯୋଗ୍ୟ, ଗତ ୨୦୦୫ ମସିହା ସେପ୍ଟେମ୍ବର ୩୦ ତାରିଖ ଦିନ ଶୌଚ କରିବାକୁ ଯାଇ ଥିବାବେଳେ ବ୍ରହାନନ୍ଦ ବାଗ, କୁଲମଣି ଠାକୁର ଓ ଅନୀଲ ସେନାପତି ଜଣେ ନାବାଳିକାକୁ ଜୋର ଜବରଦସ୍ତି ଟେକି ନେଇ ଦୁଇ ଦିନ ଧରି ଅଟକ ରଖିଥିଲେ। ଦୁଇ ଜଣ ସହଯୋଗୀଙ୍କ ସହାୟତାରେ ବ୍ରହ୍ମାନନ୍ଦ ବାଗ ଉକ୍ତ ନାବାଳିକାକୁ ଦୁଷ୍କର୍ମ କରିଥିଲେ। ଏପରିକି ଏକ ଲକ୍ଷ ଟଙ୍କା ଦେଲେ ନାବାଳିକା ଛାଡ଼ିବାକୁ ନାବାଳିକାଙ୍କ ବାପାଙ୍କୁ ଧମକ ଦେଇଥିଲେ। ନାବାଳିକାର ବାପା ଏହି ଘଟଣା ବିଷୟରେ ଜୁନାଗଡ଼ ପୁଲିସକୁ ଜଣାଇବାପରେ ପୁଲିସ ଗତ ୨୦୦୫ ମସିହା ଅକ୍ଟେ‌ାବର ୨ ତାରିଖ ଦିନ ନାବାଳିକାକୁ ମୁକୁନ୍ଦପୁର ଜଙ୍ଗଲରୁ ଉଦ୍ଧାର କରି ଅଭିଯୁକ୍ତ ବ୍ରହାନନ୍ଦ ବାଗକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଏହି ଘଟଣାରେ ସଂପୃକ୍ତ ଦୁଇ ଜଣ ସହଯୋଗୀ ଫେରାର ମାରିଥିଲେ।
ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଆଜି ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ବନ୍ଦନା କର ଅଭିଯୁକ୍ତକୁ ୧୦ବର୍ଷ କାରାଦଣ୍ଡ ଆଦେଶ ପ୍ରଦାନ କରିଛନ୍ତି ଓ  ୨୦ ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି। ଏ ମାମଲାକୁ ସରକାରୀ ଓକିଲ ପୂର୍ଣ୍ଣ ଚନ୍ଦ୍ର ନାଗ ପରିଚାଳନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe