ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୨୦ବର୍ଷ ଜେଲ୍‌ ଦଣ୍ଡ ସହ ଜରିମାନା

ବାୟୁସେନା ଷ୍ଟେସନରେ ବେଆଇନ ପ୍ରବେଶ କରି ପୂର୍ବତନ ଅଧିକାରୀ ଗିରଫ

huffpost.com

ବ୍ରହ୍ମପୁର : ନାବାଳିକାକୁ ଦୁଷ୍କର୍ମ ମାମଲାର ବିଚାର କରି ପୋକ୍‌ସୋ ସ୍ବତନ୍ତ୍ର ଜଜ୍‌ ବିକ୍ରମ ପଟ୍ଟନାୟକ ଅଭିଯୁକ୍ତକୁ ୨୦ ବର୍ଷ ଜେଲ ଦଣ୍ଡ ସହ ୫୫ ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି। ଗତ ୪ ବର୍ଷ ତଳେ ଗୋପାଳପୁର ଥାନା ଅଞ୍ଚଳର ବର୍ଗିସପେଣ୍ଠ ଗ୍ରାମର ସୀମାଞ୍ଚଳ ପ୍ରଧାନ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଆଜି ଏହି ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି।

ସୂଚନା ମୁତାବକ, ୨୦୧୮ମସିହା ସେପ୍ଟେମ୍ବର ମାସରେ ଜ‌ଣେ ୮ମ ଶ୍ରେଣୀର ନାବାଳିକାକୁ ଅଭିଯୁକ୍ତ ସୀମାଞ୍ଚଳ ଅପହରଣ କରି ନେଇଥିବା ନାବାଳିକାର ବାପା ଗୋପାଳପୁର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏହି ମାମଲାର ବିଚାରଣା ପୋକ୍‌ସୋ ସ୍ବତନ୍ତ୍ର ଜଜ୍‌ ବିକ୍ରମ ପଟ୍ଟନାୟକଙ୍କ କୋର୍ଟରେ ହୋଇଥିଲା। ୧୪ଜଣଙ୍କ ସାକ୍ଷ୍ୟ ଗ୍ରହଣ ପରେ ଆଜି ପୋକ୍‌ସୋ ଜଜ୍‌ ଚୂଡ଼ାନ୍ତ ରାୟ ଶୁଣାଇଥିଲେ। ଚୂଡ଼ାନ୍ତ ରାୟରେ ଜଜ୍‌ ପୀଡ଼ିତାଙ୍କୁ କ୍ଷତିପୂରଣ ବାବଦ ୬ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଡିଏଲ୍‌ଏସ୍‌ଏକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ନାରାୟଣ ପଣ୍ଡା ଏହି ମାମଲାର ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe