ନାବାଳିକା ଦୁଷ୍କର୍ମ ମାମଲା: ଦୋଷୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ

Advertisment
ବାୟୁସେନା ଷ୍ଟେସନରେ ବେଆଇନ ପ୍ରବେଶ କରି ପୂର୍ବତନ ଅଧିକାରୀ ଗିରଫ

huffpost.com

ନୟାଗଡ଼ : ଜଣେ ୭ ବର୍ଷୀୟା ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଚାନ୍ଦପୁର ଥାନା କେରେଣ୍ଡାଟାଙ୍ଗି ଗ୍ରାମର ଦୋଷୀ ପ୍ରଫୁଲ ବେହେରା ଓରଫ୍ ଧଡ଼ିଆକୁ ନୟାଗଡ଼ ପୋକ୍‌ସୋ କୋର୍ଟ ବିଚାରପତି ବିଭୂପ୍ରସାଦ ପଣ୍ଡା ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହାସହିତ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି। ପୀଡ଼ିତା ନାବାଳିକାଙ୍କୁ ୪ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିବାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ,୨୦୧୮ ମସିହା ମେ ୩୧ ତାରିଖ ଦିନ ନାବାଳିକାଜଣକ ଖେଳୁଥିବାବେଳେ, ଦୋଷୀ ଧଡ଼ିଆ ତାଙ୍କୁ ଘର ମଧ୍ୟକୁ ଟେକିନେଇ ଦୁଷ୍କର୍ମ କରିଥିଲା। ଚିତ୍କାର ଶୁଣି ମା’ ଘଟଣାସ୍ଥଳରେ ପହଞ୍ଚି ଝିଅକୁ ଉଦ୍ଧାର କରିଥିଲେ। ଏନେଇ ପୀଡ଼ିତାଙ୍କ ମା’ ଚାନ୍ଦପୁର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏନେଇ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା। ଘଟଣାଦିନ ଦୋଷୀକୁ ଗିରଫ କରି ଚାନ୍ଦପୁର ପୁଲିସ ନୟାଗଡ଼ ଉପକାରାଗାରକୁ ପଠାଇ ଦେଇଥିଲା। ୧୦ ଜଣ ସାକ୍ଷୀଙ୍କ ବୟାନ ଓ ଅନ୍ୟ ଆନୁଷଙ୍ଗିକ ପ୍ରମାଣକୁ ଆଧାର କରି ନୟାଗଡ଼ ପୋକ୍‌ସୋ କୋର୍ଟ ବିଚାରପତି ଏହି ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ସରକାରଙ୍କ ପକ୍ଷରୁ ଆଇନଜୀବୀ ଦାଶରଥି ସାହୁ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe