ନାବାଳିକା ଦୁଷ୍କର୍ମ ମାମଲା: ଦୋଷୀକୁ ୨୦ ବର୍ଷ ଜେଲ୍‌, ୧୦ ହଜାର ଟଙ୍କା ଜରିମାନା

Advertisment
ଛାତ୍ରୀ ଅସଦାଚରଣ ମାମଲା: ପୂର୍ବ ପ୍ରଧାନଶିକ୍ଷକଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡାଦେଶ

International Adviser

ବାଲେଶ୍ବର : ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀକୁ ୨୦ ବର୍ଷ ଜେଲ୍‌ ଦଣ୍ତ ସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି ବାଲେଶ୍ବର ପୋକ୍‌ସୋ ଅଦାଲତ ବିଚାରପତି ରଞ୍ଜନ କୁମାର ସୂତାର। ଜରିମାନା ଅନାଦେୟ ଅଧିକ ୧ ବର୍ଷ ଜେଲ ଦଣ୍ତ ଭୋଗିବାକୁ ରାୟ ଶୁଣାଇବା ସହ ପୀଡ଼ିତାଙ୍କୁ ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ ଜରିଆରେ ୪ ଲକ୍ଷ ଟଙ୍କାର ସହାୟତା ରାଶି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

୨୦୨୧ ମସିହା ଜାନୁଆରି ୧୮ ତାରିଖରେ ଖନ୍ତାପଡ଼ା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅଭିଯୁକ୍ତ ଦିନେଶ ମାରାଣ୍ଡି ଦୁଷ୍କର୍ମ କରିଥିଲା। ଝିଅଠୁ ଘଟଣା ସଂପର୍କରେ ଜାଣିବା ପରେ ନାବାଳିକାଙ୍କ ପରିବାର ଲୋକ ଦିନେଶ ଘରକୁ ଯାଇ ପଚାରିଥିଲେ। ହେଲେ ଦିନେଶ ଓଲଟା ସେମାନଙ୍କୁ ଗାଳିଗୁଲଜ କରିବା ସହ ପୀଡ଼ିତାଙ୍କ ମାମୁଙ୍କୁ ନିସ୍ତୁକ ମାଡ଼ ମାରି ମୁଣ୍ତ ଫଟାଇ ଦେଇଥିଲା। ଏ ସଂକ୍ରାନ୍ତରେ ନାବାଳିକାଙ୍କ ମା ଥାନାରେ ଅଭିଯୋଗ କରିବା ପରେ କେସ୍ ନଂ ୨୬/୨୧ରେ ମାମଲା ରୁଜୁ କରି ଦିନେଶକୁ ଗିରଫ କରିଥିଲା ପୁଲିସ। ଆଜି ଅପରାହ୍‌ଣରେ ବିଚାରପତି ଶ୍ରୀ ସୂତାର ଏହି ମାମଲାର ଚୂଡ଼ାନ୍ତ ବିଚାର କରି ଅଭିଯୁକ୍ତ ଦିନେଶକୁ ଆଇପିସି ଧାରା ୩୭୬ (୩), ୨୯୪, ୩୨୪, ୩୦୭ ଓ ୬ରେ ଦୋଷୀ ସାବ୍ୟସ୍ତ କରିଥିଲେ। ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ତଥା ପୋକ୍‌ସୋ ଅଦାଲତର ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ପ୍ରଣବ କୁମାର ପଣ୍ତା ମକଦ୍ଦମା ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe