ରଥଦାଣ୍ଡରେ ନାବାଳିକା ଦୁଷ୍କର୍ମ ମାମଲା: ଦୋଷୀକୁ ୨୦ ବର୍ଷ ଜେଲ୍‌

Advertisment
ଛାତ୍ରୀ ଅସଦାଚରଣ ମାମଲା: ପୂର୍ବ ପ୍ରଧାନଶିକ୍ଷକଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡାଦେଶ

International Adviser

କେନ୍ଦ୍ରାପଡ଼ା : ଇଚ୍ଛାପୁରସ୍ଥିତ ରଥଦାଣ୍ତରେ ବହୁଚର୍ଚ୍ଚିତ ନଅ ବର୍ଷୀୟା ନାବାଳିକା ଦୁଷ୍କର୍ମ ମାମଲାର ରାୟ ଆଜି ପ୍ରକାଶ ପାଇଛି। କେନ୍ଦ୍ରାପଡ଼ା ଫାଷ୍ଟଟ୍ରାକ୍‌ କୋର୍ଟ ଆଡହକ୍‌ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ତ୍ରିବିକ୍ରମ କେଶରୀ ଚିନାରା ମାମଲାର ଶୁଣାଣି କରି ସଦର ଥାନା ଜାଗୁଳାଇପଡ଼ା ଗ୍ରାମର ଅଭିଯୁକ୍ତ ଦିଲିଆ ଓରଫ୍‌ ଦିଲ୍ଲୀପ କୁମାର ବେହେରାକୁ ଦୋଷୀ ସାବ୍ୟସ୍ତ କରି ୨୦ବର୍ଷ ସଶ୍ରମ କାରାଦଣ୍ତ ସହିତ ୨୦ହଜାର ଟଙ୍କା ଜରିମାନାରେ ଦଣ୍ତିତ କରିଛନ୍ତି। ଜରିମାନା ନଦେଲେ ଅଧିକ ଗୋଟିଏ ବର୍ଷ ଜେଲ୍‌ ଦଣ୍ତ ଭୋଗିବାକୁ ରାୟରେ କୁହାଯାଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ ପୀଡ଼ିତା ନାବାଳିକା ମାମୁ ଘରକୁ ବଳଦେବଜିଉଙ୍କ ରଥଯାତ୍ରା ଦେଖିବାକୁ ଆସିଥିଲେ। ୨୦୧୮, ଜୁଲାଇ ୧୯ତାରିଖରେ ମାଉସୀ ମା’ ମନ୍ଦିର ସମ୍ମୁଖରେ ଭଜନ ସମାରୋହ ହେଉଥିଲା। ମାଇଁଙ୍କ ସହିତ ପୀଡ଼ିତା ଭଜନ ଦେଖିବାକୁ ଆସି ରଥଦାଣ୍ତରେ ସ˚ପର୍କୀୟ ଭାଇ-ଭଉଣୀଙ୍କ ସହିତ ଖେଳୁଥିଲେ। ଏହିସମୟରେ ଅଭିଯୁକ୍ତ ଦିଲ୍ଲୀପ ପୀଡ଼ିତାଙ୍କୁ ପ୍ରଲୋଭନ ଦେଖାଇ ଟେକି ଆଣିବା ସହିତ ରଥ ତଳେ ଥିବା ଏକ ଅନ୍ଧାରୁଆ ସ୍ଥାନରେ ଦୁଷ୍କର୍ମ କରିଥିଲା। ପୀଡ଼ିତା ଏ ସ˚କ୍ରାନ୍ତରେ ଜଣାଇବା ପରେ ମାମୁଘର ଲୋକ ଟାଉନ ଥାନାରେ ଅଭିଯୋଗ କରିଥିଲେ। ମାଇଁଙ୍କ ଏତଲା ଆଧାରରେ ପୁଲିସ ପୋସ୍କୋ ଆକ୍ଟ୍‌ରେ ମାମଲା(୧୦୪/୧୮) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଘଟଣାର ଦୁଇ ଦିନ ପରେ ଜୁଲାଇ ୨୦ତାରିଖରେ ଅଭିଯୁକ୍ତକୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଥିଲା। ନାବାଳିକା ଦୁଷ୍କର୍ମ ମାମଲା ହୋଇଥିବାରୁ କେନ୍ଦ୍ରାପଡ଼ା ଫାଷ୍ଟ୍ ଟ୍ରାକ୍‌ କୋର୍ଟରେ ଏହାର ବିଚାର ଚାଲିଥିଲା। କୋର୍ଟ ଆଜି ମାମଲାର ଶୁଣାଣି କରି ଅଭିଯୁକ୍ତ ଦିଲ୍ଲୀପକୁ ଆଇପିସି ଦଫା ୩୫୪, ୩୫୪-ଏ, ୩୭୬-ଏବି ଏବ˚ ପୋସ୍କୋ ଆକ୍ଟ୍‌ ୬ ଏବ˚ ୧୦ରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ମାମଲାକୁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ମନୋଜ କୁମାର ସାହୁ ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe