୫ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ମାମଲା: ଦୋଷୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ

ଛାତ୍ରୀ ଅସଦାଚରଣ ମାମଲା: ପୂର୍ବ ପ୍ରଧାନଶିକ୍ଷକଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡାଦେଶ

International Adviser

ନୟାଗଡ଼ : ଦଶପଲ୍ଲା ଅଞ୍ଚଳର ଜନୈକ ୫ ବର୍ଷିୟା ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ନୟାଗଡ଼ ପକ୍ସୋ କୋର୍ଟ ଦଣ୍ଡା‌ଦେଶ ଶୁଣାଇଛନ୍ତି। ଦୋଷୀ ସାବ୍ୟସ୍ତ ହୋଇଥିବା ଦଶପଲ୍ଲାର ସାନନ୍ଦ ସାହୁ (୫୫)କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହିତ ୧୫ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ହେଲେ ଦୋଷୀକୁ ଅଧିକ ୬ ମାସ ଜେଲ୍‌ ଦଣ୍ଡ ଭୋଗିବାକୁ ହେବ। ପକ୍ସୋ କୋର୍ଟ ବିଚାରପତି ନିରଞ୍ଜନ ପଣ୍ଡା ଏହି ଦଣ୍ଡାଦେଶ ଶୁଣାଇଥିବା ବେଳେ, ସରକାରୀ ଓକିଲ ଦାଶରଥୀ ସାହୁ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରିଥିଲେ।

ଘଟଣାଟି ୨ ବର୍ଷ ତଳେ ଦଶପଲ୍ଲା ଥାନା ଅଞ୍ଚଳରେ ଘଟିଥିଲା। ନାବାଳିକା ଖେଳିବାକୁ ଯାଇଥିବା ବେ‌ଳେ, ସାନନ୍ଦ ତାଙ୍କ ସହ ଅପକର୍ମ କରିଥିଲା। ଏନେଇ ନାବାଳିକା ଘରକୁ ଫେରି ମା’ଙ୍କୁ ଜଣାଇଥିଲେ। ନାବାଳିକାଙ୍କ ମା’ ଦଶପଲ୍ଲା ଥାନାରେ ଅଭିଯୋଗ କରିଥିଲେ। ୧୬ ଜଣ ସାକ୍ଷୀଙ୍କ ବୟାନ, ସରକାରୀ ଓକିଲଙ୍କ ଯୁକ୍ତିକୁ ଆଧାର କରି ବିଚାରପତି ଦୋଷୀକୁ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ଏଥି ସହିତ ପୀଡ଼ିତାଙ୍କୁ ୪ ଲକ୍ଷ ଟଙ୍କା ସହାୟତା ଦେବାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe