ଦୁଷ୍କର୍ମ ଅଭିଯୋଗରେ ୩ ଗିରଫ   

Advertisment
ମଟର ପମ୍ପ ଚୋରି ଅଭିଯୋଗରେ ୩ ଗିରଫ, କୋର୍ଟ ଚାଲାଣ

Image Courtesy of Times of India

କୋଲାବିରା: ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଥାନାଞ୍ଚଳର ଜନୈକା ୨୭ ବର୍ଷ ବୟସ୍କା ବିବାହିତା ମହିଳାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ୩ ଜଣଙ୍କୁ ପୁଲିସ୍‌ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୋଗ ଅନୁସାରେ ମହିଳା ଜଣକ ଗତ ୧୬ ତାରିଖ ସକାଳ ପ୍ରାୟ ସାଢ଼େ ୮ଟା ବେଳେ ଗାଁ ମୁଣ୍ଡ କାଜୁ ବଗିଚାରୁ ଶୌଚ ସାରି ଫେରୁଥିବା ସମୟରେ ପାଇକପଡ଼ା ଗ୍ରାମର ମଙ୍ଗଳ ବନଛୋର (୨୮) ତାଙ୍କୁ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା। ଏହି ସମୟରେ ଉକ୍ତ ଗାଁ’ର ଅମୀୟ ସେଚ (୨୯) ଓ ଦୁତିଆ ନାୟକ ଦୁଷ୍କର୍ମ ସମୟର ଫଟୋ ମୋବାଇଲ୍‌ରେ ଉତ୍ତୋଳନ କରିଥିଲେ।

ଏ ନେଇ ପୀଡ଼ିତା ଝାରସୁଗୁଡ଼ା ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଥିଲେ। ଏସ୍‌ପି ତାଙ୍କୁ କୋଲାବିରା ଥାନାରେ ଏତଲା ଦେବାକୁ ନିର୍ଦ୍ଦେଶ ଦେବା ପରେ ମହିଳା ଜଣକ କୋଲାବିରା ପୁଲିସ୍‌ର ଦ୍ବାରସ୍ଥ ହୋଇଥିଲେ। ପୁଲିସ୍‌ ଏତଲା ଆଧାରରେ ଆଇପିସିର ଧାରା ୩୭୬, ୩୫୪ ସି ୫୦୬ ଓ ୩୪ରେ ମାମଲା ରଜୁ କରି ୩ ଜଣ ଯାକ ଅଭିଯୁକ୍ତଙ୍କୁ ଗିରଫ କରି  କୋର୍ଟଚାଲାଣ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe