ଶାଳୀକୁ ଦୁଷ୍କର୍ମ କରି ଭିଣୋଇ ଗିରଫ

Advertisment
ଶାଳୀକୁ ଦୁଷ୍କର୍ମ କରି ଭିଣୋଇ ଗିରଫ

Representational image Gulf News

ରାଉରକେଲା: ଶାଳୀକୁ ଦୁଷ୍କର୍ମ କରିବା ଅଭିଯୋଗରେ ଟାଙ୍ଗରପାଲି ପୁଲିସ ଆଜି ଭିଣୋଇକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଜଣକ ହେଲେ ଟାଙ୍ଗରପାଲି ମାଟିଆଡେରାର ଜଗନ୍ନାଥ ପାତ୍ର (୩୦)। ପୁଲିସ ଉଭୟ ‌ ଅଭିଯୁକ୍ତ ଭିଣୋଇ ଜଗନ୍ନାଥ ଓ ତାଙ୍କ ଶାଳୀକୁ ଆର୍‌ଜିଏଚ୍‌ରେ ଡାକ୍ତରୀମାଇନା କରିଛି। ଏହି ଘଟଣା ସାରନଗରୀ ଅଞ୍ଚଳରେ ଚର୍ଚ୍ଚାର ବିଷୟ ‌ହୋଇଛି।

ମିଳିଥିବା ସୂଚନା ମୁତାବକ ଟାଙ୍ଗରପାଲି ମାଟିଆଡେରା ବସ୍ତିରେ ଜଗନ୍ନାଥ ପରିବାର ସହ ରହନ୍ତି। ଗତ ଶୁକ୍ରବାର ଦିନ ପାତ୍ରବସ୍ତିର ଜଣେ ୨୦ ବର୍ଷୀୟା ଯୁବତୀ ମାଟିଆଡେରାରେ ରହୁଥିବା ତାଙ୍କ ବଡ ଭଉଣୀଙ୍କୁ ଘରକୁ ବୁଲିବାକୁ ଯାଇଥିଲେ। ପହଞ୍ଚିବା ପରେ ଭିଣୋଇ ବୁଲିବା ବାହାନାରେ ଶାଳୀକୁ ଘରୁ ଡାକି ନେଇଥିଲେ। କିଛି ସମୟ ବୁଲାବୁଲି କରିବା ପରେ ଜୋରଜବରଦସ୍ତ ବସ୍ତି ନିକଟ ଜଙ୍ଗଲକୁ ନେଇ ଦୁଷ୍କର୍ମ କରିଥିଲେ। ପରେ ସେଠାରୁ ଶାଳୀକୁ ଛାଡି ଫେରାର ହୋଇଯାଇଥିଲେ। ଯୁବତୀ ଜଣକ ଘରେ ପହଞ୍ଚି ଭିଣୋଇର କାରନାମା ସଂକ୍ରାନ୍ତରେ କହିଥିଲେ। ପରିବାର ସହ ଥାନାରେ ପହଞ୍ଚି ଲିଖିତ ଏତଲା ଦେଇଥିଲେ। ପୁଲିସ ମାମଲା ରୁଜୁ କରିଥିଲା। ଆଜି କୌଣସି ସୂତ୍ରରୁ ଖବର ପାଇ ପୁଲିସ ମାଟିଆଡେରା ବସ୍ତିରେ ଚଢ଼ଉ କରି ଜଗନ୍ନାଥକୁ ଗିରଫ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe