ନାବାଳିକା ଗର୍ଭବତୀ ହେବା ଘଟଣା, ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ନାବାଳିକା ଗର୍ଭବତୀ ହେବା ଘଟଣା, ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

Preszler Law Firm

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ଅଞ୍ଚଳର ୧୪ ବର୍ଷ ନାବାଳିକା ଗର୍ଭବତୀ ହେବା ପରେ ଦୁଷ୍କର୍ମ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ସଦର ଥାନା ସୁଡ୍ରୁକୁମ୍ପା ଅଞ୍ଚଳର ବବୁଲ ବେହେରାକୁ ପୁଲିସ ଗିରଫ କରିଛି। ସହମତିରେ ବିବାହ କରି ନାବାଳିକାକୁ ୪ ମାସ ପୂର୍ବେ ବବୁଲ ଘରକୁ ନେଇ ଯାଇଥିଲା। ଦୁହେଁ ସ୍ବାମୀ ଓ ସ୍ତ୍ରୀ ଭାବେ ରହୁଥିଲେ। ଏହା ପ୍ରଘଟ ହେବା ପରେ ପୁଲିସ ଓ ଚାଇଲଡ ଲାଇନ ଟିମ୍ ତନାଘନା କରି ନାବାଳିକାକୁ ଉଦ୍ଧାର କରିଥିଲେ। ଏବେ ନାବାଳିକା ଜଣକ ୩ ମାସର ଗର୍ଭବତୀ ଥିବା ବେଳେ ନାବାଳିକାକୁ ବନବାସୀ ସୁଧାର ଗୃହରେ ରଖାଯାଇଛି। ନାବାଳିକାର ବାପାକୁ ଅଭିଯୋଗ କରିବାକୁ କୁହାଯାଇଥବା ବେଳେ ସେ ଅପହରଣ ଓ ଦୁଷ୍କର୍ମ କରିବାର ଅଭିଯୋଗ କରିଥିଲେ। ପରେ ଅଭିଯୋଗ କ୍ରମ‌େ ପୁଲିସ ବବୁଲକୁ ଘରୁ ଉଠାଇ ଆଣିବା ସହ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିଲା।

ଅପହରଣ ନୁହେଁ, ସହମତିରେ ବାହାଘର ହୋଇଥିଲା ବୋଲି ବବୁଲ କୋର୍ଟ ଚାଲାଣ ସମୟରେ କହିଥିଲା। କନ୍ଧମାଳ ବାଲ୍ୟ ବିବାହ ମୁକ୍ତ ଆଡ଼କୁ ଯାଉଛି ବୋଲି ପ୍ରଶାସନ ଓ କାମ କରୁଥିବା ବିଭିନ୍ନ ଅନୁଷ୍ଠାନ ପ୍ରଚାର କରି ଆସୁଥିବା ବେଳେ କିଭଳି ଜଣେ ନାବାଳିକାର ବିବାହ ହେଲା ଏବଂ ତାର କେହି ବି ଟେର ପାଇଲେ ନାହିଁ,  ତାହା ସାଧାରଣରେ ଉଦବେଗ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe