ଭଦ୍ରକର ପୂର୍ବତନ ଜେଲରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ : ବଡ଼ବିଲ ଥାନାରେ ପୀଡ଼ିତାଙ୍କ ଏତଲା

Advertisment
ଭଦ୍ରକର ପୂର୍ବତନ ଜେଲରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ : ବଡ଼ବିଲ ଥାନାରେ ପୀଡ଼ିତାଙ୍କ ଏତଲା

ବଡ଼ବିଲ : ଭଦ୍ରକର ପୂର୍ବତନ ଜେଲର ଚିନ୍ମୟ ପାତ୍ରଙ୍କ ବିରୋଧରେ ଜଣେ ଯୁବତୀ ଦୁଷ୍କର୍ମ ଅଭିଯୋଗ ଆଣି ଏତଲା ଦେଇଛନ୍ତି। ମହିଳା କମିସନ୍‌ଙ୍କ ପରାମର୍ଶ କ୍ରମେ ପୀଡ଼ିତା ବଡବିଲ ଥାନାରେ ଆଜି ଏତଲା ଦେଇଥିଲେ। ଯୁବତୀ ଜଣକ ଏତଲାରେ ଦର୍ଶାଇଛନ୍ତି ଯେ ଏକ ମିସ୍‌ଡ କଲ୍‌ରୁ କିଛି ମାସ ତଳେ ଉଭୟଙ୍କ ମଧ୍ୟରେ ସଂପର୍କ ଆରମ୍ଭ ହୋଇଥିଲା। ପରେପରେ ସୋସିଏଲ୍‌ ମିଡିଆ ମାଧ୍ୟମରେ ଦୁହେଁ ପରସ୍ପରର ଅଧିକ ନିକଟତର ହୋଇଥିଲେ। ଏହାପରେ ଗତ ଜୁନ୍‌ ମାସ ୧ ତାରିଖରେ ଜେଲର ଚିନ୍ମୟ ଏକ କାର୍‌ ଯୋଗେ ବଡ଼ବିଲ ଆସି ଯୁବତୀଙ୍କୁ ଫୋନ କରିଥିଲେ। ଏହାପରେ ଏକ କାର୍‌ (ଓଡି୦୧କ୍ୟୁ-୦୦୦୧)ରେ ବଡ଼ବିଲ ଷ୍ଟେସନରୋଡ୍‌ ଆଡକୁ ନେଇ କାର୍‌ ଭିତରେ ହିଁ ଦୁଷ୍କର୍ମ କରିଥିଲେ। ଏନେଇ ଥାନାରେ ଅଭିଯୋଗ କଲେ ଜୀବନରେ ମାରିଦେବାକୁ ଧମକ ଦେଇ ଛାଡ଼ି ଚାଲିଯାଇଥିଲେ ବୋଲି ଏତଲାରେ ଦର୍ଶାଯାଇଛି। ଜେଲରଙ୍କ ବିରୋଧରେ ଅନ୍ୟ ଥାନାରେ ଦୁଷ୍କର୍ମ ଅଭିଯୋଗ ହେବାପରେ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ସଂକ୍ରାନ୍ତ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା ଏହାପରେ ବଡ଼ବିଲ ପୀଡ଼ିତା ଭୁବନେଶ୍ୱର ଯାଇ ମହିଳା କମିସନ୍‌ଙ୍କୁ ଭେଟିଥିଲେ। ମହିଳା କମିସନ୍‌ ତାଙ୍କୁ ବଡ଼ବିଲ ପୁଲିସ ନିକଟରେ ଲିଖିତ ଅଭିଯୋଗ କରିବାକୁ ପରାମର୍ଶ ଦେଇଥିଲେ। ଆଜି ପୀଡ଼ିତା ତାଙ୍କର ଜଣେ ସମ୍ପର୍କୀୟଙ୍କ ସହ ବଡ଼ବିଲ ଥାନାକୁ ଆସି ଅଭିଯୋଗ କରିଛନ୍ତି ବୋଲି ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ସୂଚନା ଦେଇଛନ୍ତି। ଏ ନେଇ କେସ ନମ୍ବର ୧୩୫/୨୦୧୮ରେ ମାମଲା ରୁଜୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe