ନାବାଳିକାଙ୍କୁ ଦୁଷ୍କର୍ମ ମାମଲା : ଦୋଷୀକୁ ୨୦ ବର୍ଷ ଜେଲ, ୧୫ ହଜାର ଟଙ୍କାର ଜରିମାନା  

Advertisment
ନାବାଳିକାଙ୍କୁ ଦୁଷ୍କର୍ମ ମାମଲା : ଦୋଷୀକୁ ୨୦ ବର୍ଷ ଜେଲ, ୧୫ ହଜାର ଟଙ୍କାର ଜରିମାନା  

The Sunday Guardian

ନୂଆପଡ଼ା: ନୂଆପଡ଼ା ଜିଲ୍ଲାର ଜଣେ ନାବାଳିକାକଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଦୋଷୀସାବ୍ୟସ୍ତ ଅପରାଧୀକୁ ୨୦ବର୍ଷ ଜେଲ ଦଣ୍ଡ ସହ ୧୫ ହଜାର ଟଙ୍କା ଜରିମାନା ଆଦାୟ ପାଇଁ ରାୟ ଶୁଣାଇଛନ୍ତି ବିଚାରପତି | ବୁଧବାର ଜିଲ୍ଲାର ସ୍ବତନ୍ତ୍ର ପୋକସୋ କୋର୍ଟର ବିଚାରପତି ବି ମହାପାତ୍ର ଏହି ଦଣ୍ଡ ଘୋଷଣା କରିଛନ୍ତି |

COVID-19: Functioning of Delhi HC, district courts restricted till August 31 - The Financial Express The Financial Express

ମିଳିଥିବା ସୂଚନା ଅନୁଯାୟୀ, ୨୦୧୮ ଡିସେମ୍ବର ମସିହାରେ ନୂଆପଡ଼ା ଥାନା ଅଞ୍ଚଳର ଏକ ଗାଁର ନାବାଳିକାଙ୍କୁ ଚନାମୁଣ୍ଡା ଗ୍ରାମର ଦୁର୍ଯ୍ୟୋଧନ ମାଝୀ (୨୪) ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏହି ସମୟରେ ଦୁର୍ଯ୍ୟୋଧନ ମାଝୀଙ୍କ ନାମରେ ନୂଆପଡ଼ା ଥାନାରେ  ଏକ ମାମଲା ରୁଜୁ ହୋଇଥିଲା। ଆଜି ନୂଆପଡ଼ା ସ୍ବତନ୍ତ୍ର ପୋକସୋ କୋର୍ଟରେ ଏହି ମାମଲାର ଶୁଶାଣି ହୋଇ ଅଭିଯୁକ୍ତ ଦୁର୍ଯ୍ୟୋଧନ ମାଝୀଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ସହ ୨୦ ବର୍ଷ ଜେଲ ଦଣ୍ଡ ମିଳିଛି | ଏହା ସହ ୧୫ ହଜାର ଟଙ୍କା ଜରିମାନା ଆଦାୟ ପାଇଁ ବିଚାରପତି ବି ମାହାପାତ୍ର ରାୟ ଶୁଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe