ସୁନ୍ଦରଗଡ଼: ଜଙ୍ଗଲରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଯୁବକ ଗିରଫ

Advertisment
ସୁନ୍ଦରଗଡ଼: ଜଙ୍ଗଲରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଯୁବକ ଗିରଫ

Adobe Stock

ବାଲିଶଙ୍କରା/ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିରକେଲା ଥାନା ଅନ୍ତର୍ଗତ ଦାଣ୍ଡପାନି ନୂଆଡିହି ପାଖ ଜଙ୍ଗଲରେ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇଛନ୍ତି। ଅଭିଯୁକ୍ତ ଯୁବକ ଜଣକ ହେଲେ ନୂଆଡିହିର ଅନୀଲ ତିର୍କୀ (୨୧)।

ସୂଚନାରୁ ଜାଣିବାକୁ ମିଳିଛି ଯେ ୧୫ ବର୍ଷର ନାବାଳିକା ଜଙ୍ଗଲକୁ ଶୁଖିଲା ଜାଳେଣି କାଠ ଆଣିବାକୁ ଯାଇଥିଲେ। ଠିକ୍ ଏହି ସମୟରେ ଅନୀଲ ତାଙ୍କ ପଛରେ ଯାଇ ଜଙ୍ଗଲ ଭିତରେ ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲେ। ଏହା ପରେ କାହାକୁ କିଛି କହିଲେ ଜୀବନରେ ମାରିଦେବାର ଧମକ ଦେଇ ଅନୀଲ ଗାଁକୁ ଚାଲି ଆସିଥିଲେ। ନାବାଳିକା କାନ୍ଦି କାନ୍ଦି ଘରକୁ ଆସି ସବୁ କଥା କହିବା ପରେ ପରିବାର ଲୋକେ ଥାନାକୁ ଯାଇ ଅଭିଯୋଗ କରିଥିଲେ। ଏ ନେଇ ପୁଲିସ ଦୁଷ୍କର୍ମ ମାମଲା ରୁଜୁ କରି ଅନୀଲକୁ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe