୪ ମାସ ତଳେ ଦୁର୍ଷ୍କମର ଶିକାର ହୋଇଥିଲେ ନାବାଳିକା, ଗର୍ଭବତୀ ହେବା ପରେ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହେଲେ

Advertisment
୪ ମାସ ତଳେ ଦୁର୍ଷ୍କମର ଶିକାର ହୋଇଥିଲେ ନାବାଳିକା, ଗର୍ଭବତୀ ହେବା ପରେ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହେଲେ

ତେନ୍ତୁଳିଖୁଣ୍ଟି: ତେନ୍ତୁଳିଖୁଣ୍ଟି ବ୍ଲକ ଅଂଚଳର ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଆଜି ନାବାଳିକା ଜଣକ ତେନ୍ତୁଳିଖୁଣ୍ଟି ଥାନାରେ ଏ ନେଇ ଏକ ଲଖିତ ଅଭିଯୋଗ ପତ୍ର ଦେଇଛନ୍ତି। ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ କନ୍ଧଗୁଡ଼ା ଗ୍ରାମର ଶେଖର ଭୋଇ ନାମକ (୨୦) ଜଣେ ଯୁବକ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ପୀଡ଼ିତା ନାବାଳିକା ଜଣକ ପ୍ରତିଦିନ ନିକଟସ୍ଥ ଏକ କାଜୁ ମିଲକୁ କାମ କରିବାକୁ ଯାଉଥିଲେ। ଶେଖର ନାବାଳିକାଙ୍କୁ ସବୁବେଳେ ଅନେକ କଥା କହିବା ସହ କମେଣ୍ଟ କରୁଥିବା ‌ବେଳେ  ନାବାଳିକା ଜଣକ ଶେଖରର କଥାକୁ ଗୁରୁତ୍ୱ ଦେଉନଥିଲେ। ଚାରି ମାସ ପୂର୍ବେ ପୀଡ଼ିତା ନାବାଳିକା କାଜୁ ମିଲକୁ କାମ କରିବାକୁ ଯାଉଥିବା ବେଳେ ଶେଖର ଗୋଟିଏ କଥା କହିବାର ଅଛି କହି ନିକଟସ୍ଥ କାଜୁ ବଗିଚାକୁ ନେଇ ନାବାଳିକାଙ୍କୁ  ଦୁଷ୍କର୍ମ କରିଥିବା ଏତଲାରେ ଦର୍ଶା ଯାଇଛି। ଘରେ କିମ୍ବା ବାହାରେ କାହାକୁ ଜଣାଇ‌ଲେ ଜୀବନରୁ ମାରିଦେବାର ଧମକ ଦେଇଥିବା ଏତଲାରେ ଦର୍ଶା ଯାଇଛି। ଲୋକ ଲଜ୍ଜା ଓ ଜୀବନ ଭୟରେ ପୀଡ଼ିତାଜଣକ କାହାକୁ କହିନଥିଲେ ହେଁ ତିନି ମାସର ଗର୍ଭବତୀ ହେବା ପରେ କଥାଟି ପ୍ରଘଟ ହୋଇଥିଲା। ଏମିତିକି ଅଭିଯୁକ୍ତ ଶେଖର ପୀଡ଼ିତା ନାବାଳିକାଙ୍କୁ କିଛିଦିନ ପୂର୍ବେ ଗର୍ଭ ନଷ୍ଟ କରିବାକୁ ଜଣେ ସାଙ୍ଗର ସହାୟତାରେ ଔଷଧ ଖୁଆଇବା ପାଇଁ ଚେଷ୍ଟା ମଧ୍ୟ କରିଥିବା ଜଣା ପଡ଼ିଛି।

Image result for rape The Jakarta Post

ଯୋର ଜବରଦସ୍ତ ନାବାଳିକାଙ୍କ ପାଟିକୁ ଧରି ଔଷଧ ଖୁଆଇ ଥିଲେ ହେଁ ପୀଡିତା ଜଣକ ଔଷଧ ପାଟିରୁ ବାହର କରି ଦୌଡ଼ି ପଳେଇ ଥିଲେ ବୋଲି ପୀଡିତାଙ୍କ ମା’ ପ୍ରକାଶ କରିଛନ୍ତି। ପୀଡିତା ଜଣକ ଥାନାକୁ ଆସିବାକୁ ଭୟ କରି ଘରେ ରହୁଥିବା ବେଳେ ଶେଷରେ ସେ ମା’ ଘର ଅଧ୍ୟକ୍ଷା କାଦମ୍ବିନୀ ତ୍ରିପାଠୀଙ୍କ ସହାୟତା ଲୋଡ଼ିଥିଲେ। ଆଜି ପୀଡ଼ିତା ମା’ ଘର ଅଧ୍ୟକ୍ଷା କାଦମ୍ବିନୀ ତ୍ରିପାଠୀଙ୍କ ସହ ଥାନାକୁ ଯାଇ ଥାନା ଆଇ.ଆଇ.ସି ପରମାନନ୍ଦ ସୁନାନୀଙ୍କୁ ଲିଖିତ ଅଭିଯୋଗ ଦେଇଥିଲେ। ନ୍ୟାୟ ପାଇଁ ଅନୁରୋଧ କରିବା ସହ ଦୁଷ୍କର୍ମକାରୀକୁ ତୁରନ୍ତ ଗିରଫ ପାଇଁ ଦୁହେଁ ଦାବି କରିଥିଲେ। ଏତଲା ପାଇବା ପରେ  ତେନ୍ତୁଳିଖୁଣ୍ଟି ଥାନା କେଶ ନଂ ୪୩/୨୦୨୦ ଅନୁଯାୟୀ ଏକ ମାମଲା ରୁଜୁ କରିବା ସହ ଏସ.ଆଇ ଅଭିମନ୍ୟୁ ଦୁର୍ଗା  ଘଟଣାର ତଦନ୍ତ କରୁଛନ୍ତି। ତେବେ ଏଯାବତ ଅଭିଯୁକ୍ତକୁ ଗିରଫ କରାଯାଇ ନାହିଁ। ଅଭିଯୁକ୍ତଜଣକ ଫେରାର ଥିବାରୁ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ଖୁବ ଶୀଘ୍ର ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୁଲିସ ପକ୍ଷରୁ ଉଦ୍ୟମ ଜାରି ରହିଥିବା ଥାନା ଆଇ.ଆଇ.ସି ପରମାନନ୍ଦ ସୁନାନୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe