ଦୁଷ୍କର୍ମ ମାମଲା: ମୁଖ୍ୟ ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ୍‌

Advertisment
ଶିଶୁକନ୍ୟାକୁ ଦୁଷ୍କର୍ମ ମାମଲାରେ ୫ ବର୍ଷ କାରାଦଣ୍ଡାଦେଶ

ବାରିପଦା: ୨୦୧୮ ମସିହାରେ ବଡ଼ସାହି ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ଦୁଷ୍କର୍ମ ମାମଲାର ରାୟ ଆଜି ପ୍ରକାଶ ପାଇଛି। ସମସ୍ତ ସାକ୍ଷୀ ଓ ପ୍ରମାଣକୁ ଆଧାର କରି ବାରିପଦା ସ୍ବତନ୍ତ୍ର ପକ୍‌ସୋ କୋର୍ଟ ବିଚାରପତି ଦୁର୍ଗାଚରଣ ମିଶ୍ର ମୁଖ୍ୟ ଅଭିଯୁକ୍ତ ମନୋଜ ସିଂ’ଙ୍କୁ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ଜେଲ୍‌ ସହ ୫ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅଧିକ ୩ ମାସ ଜେଲ୍‌ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟରେ ଦର୍ଶାଯାଇଛି। ଏହି ମାମଲାରେ ସଂପୃକ୍ତ ମନୋଜଙ୍କ ୩ ସହଯୋଗୀ ଚିତ୍ତରଂଜନ ସିଂ, ଜୟନ୍ତ ସିଂ ଓ ଅରୁଣ ସିଂଙ୍କ ବିରୋଧରେ ଯଥେଷ୍ଟ ସାକ୍ଷୀ ଓ ପ୍ରମାଣ ନଥିବାରୁ ସେମାନଙ୍କୁ ଛାଡ଼ି ଦେଇଛନ୍ତି ଅଦାଲତ। ତେବେ ଏହା ଏକ ସମ୍ବେଦନଶୀଳ ମାମଲା ହୋଇଥିବାରୁ ସେମାନେ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ନୁହେଁ, ତେଣୁ ସର୍ତ୍ତମୂଳକ ଭାବେ ସେମାନଙ୍କୁ ଛଡ଼ାଗଲା ବୋଲି ରାୟରେ ଉଲ୍ଲେଖ ରହିଛି। ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ମନୋରଞ୍ଜନ ପଟ୍ଟନାୟକ ଏହି ମକଦ୍ଦମା ପରିଚାଳନା କରୁଥିଲେ।

ସୂଚନାଯୋଗ୍ୟ; ୨୦୧୮ ମସିହା ନଭେମ୍ବର ୭ ତାରିଖ ସନ୍ଧ୍ୟାରେ ମହିଳା ଜଣକ ଗୋଠପୂଜା ସାରି ଘରକୁ ଫେରୁଥିବା ବେଳେ ମନୋଜ ତାଙ୍କୁ ଏକୁଟିଆ ପାଇ ଏକ ନିଛା‌ଟିଆ ସ୍ଥାନକୁ ଟେକିନେଇ ଦୁଷ୍କର୍ମ କରିଥିଲା। ମହିଳା ଜଣଙ୍କ ଏ ସମ୍ପର୍କରେ କାହାକୁ କିଛି ନକହିବା ପାଇଁ ମନୋଜ ଓ ତାର ୩ ସହଯୋଗୀ ତାଙ୍କୁ ଧମକଚମକ ଦେବା ସହ ମାରପିଟ୍ କରିଥିଲେ। ତେବେ ଘଟଣା ପ୍ରଘଟ ହେବା ପରେ ଆପୋସ ସମାଧାନ ପାଇଁ ଗ୍ରାମସଭା ବସିଥିଲା। ହେଲେ ଉକ୍ତ ସଭାରେ ବି ମନୋଜ ଓ ସହଯୋଗୀମାନେ ପୀଡ଼ିତାଙ୍କୁ ସମସ୍ତଙ୍କ ଆଗରେ ଦୁର୍ବ୍ୟବହାର କରିଥିଲେ। ସବୁଆଡ଼ୁ ନିରାଶ ହୋଇ ଶେଷରେ ବଡ଼ସାହି ଥାନାର ଦ୍ବାରସ୍ଥ ହୋଇଥିଲେ ପୀଡ଼ିତା। ତାଙ୍କ ଅଭିଯୋଗକ୍ରମେ ୧୭୦/୧୮ରେ ମାମଲା ରୁଜୁ କରି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୁଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe