ନାବାଳିକାଙ୍କୁ ଗଣଦୁଷ୍କର୍ମ, ୩ ଅଭିଯୁକ୍ତଙ୍କୁ ୩୦ ବର୍ଷ ଲେଖାଏଁ କାରାଦଣ୍ଡାଦେଶ

ଘରେ ପଶି ଚୋରି ଘଟଣା: ପଡ଼ୋଶୀ ଯୁବକ ଜେଲ୍‌ ଗଲେ

www.google.com

ସମ୍ବଲପୁର: କୁଚିଣ୍ଡା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ୩ ଜଣ ଦୁର୍ବୃତ୍ତ ଦୁଷ୍କର୍ମ କରିଥିଲେ। ଏହି ମାମଲାର ଶୁଣାଣି କରି ପୋକ୍‌ସୋ ଅଦାଲତର ବିଚାରପତି ବିଶ୍ବରଞ୍ଜନ ବେହେରା ୩ ଅଭିଯୁକ୍ତ ସାରଥି କିସାନ, ପ୍ରତାପ ପଟେଲ ଓ ରାଜେନ୍ଦ୍ର ନାଏକଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୩୦ ବର୍ଷ ଲେଖାଏଁ କାରାଦଣ୍ଡାଦେଶ ଦେଇଛନ୍ତି। ତା ସହିତ ୧ ଲକ୍ଷ ଟଙ୍କା ଲେଖାଏଁ ଜରିମାନା କରିଛନ୍ତି। ଜରିମାନା ଅନାଦେୟ ହେଲେ ଆଉ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ ଭୋଗିବେ ବୋଲି ନିର୍ଦ୍ଦେଶ ଦେଇଥିଲେ। ଏହି ମାମଲାକୁ ସରକାରୀ ଓକିଲ ସନ୍ତୋଷ ପଣ୍ଡା ପରିଚାଳନା କରିଥିଲେ।

ସୂଚନାଯୋଗ୍ୟ, ୨୦୧୫ ମସିହା ଜୁଲାଇ ୨ ତାରିଖ ଦିନ କୁଚିଣ୍ଡା ଥାନା ଅଞ୍ଚଳରେ ଦୁଷ୍କର୍ମ ପୀଡ଼ିତା ଓ ତାଙ୍କ ସାଙ୍ଗ ପୋଖରୀକୁ ଗାଧୋଇବାକୁ ଦିନ ୧୨ଟା ବେଳେ ଯାଇଥିଲେ। ସେହି ପୋଖରୀ ପାଖରେ ଗାଁର ୩ ଜଣ ଯୁବକ ସାରଥୀ କିସାନ, ପ୍ରତାପ ପଟେଲ ଓ ରାଜେନ୍ଦ୍ର ନାଏକ ବସିଥିଲେ। ୩ ଯୁବକ ସେଠାରୁ ଗଲାପରେ ଗାଧୋଇବେ ବୋଲି ପୀଡ଼ିତା ଓ ତାଙ୍କ ସାଙ୍ଗ ଅପେକ୍ଷା କରିଥିଲେ। ସେଠାରୁ ଆଉ କେହି ନଥିବାର ସୁଯୋଗ ନେଇ ୩ ଯୁବକ ପୀଡ଼ିତା ଓ ତାଙ୍କ ସାଙ୍ଗଙ୍କୁ ଦୁଷ୍କର୍ମ କରିବା ପାଇଁ ଗୋଡ଼ାଇଥିଲେ।

ପୀଡ଼ିତାଙ୍କ ସାଙ୍ଗ ସେଠାରୁ ଖସି ଯିବାରେ ସଫଳ ହୋଇଥିଲେ। ହେଲେ ୩ ଯୁବକ ପୀଡ଼ିତାଙ୍କୁ କାବୁ କରି ନେଇଥିଲେ ଏବଂ ଜଣକ ପରେ ଜଣେ ଲଗାତାର ଦୁଷ୍କର୍ମ କରିଥିଲେ। ପୀଡ଼ିତାଙ୍କ ସାଙ୍ଗ ଗାଁରେ ଯାଇ ଘଟଣା ବିଷୟରେ କହିବା ପରେ ଲୋକେ ଘଟଣାସ୍ଥଳକୁ ଯାଇଥିଲେ। ସେଠାରେ ପୀଡ଼ିତା ଅଚେତ ହୋଇପଡ଼ି ରହିଥିଲେ। ଡାକ୍ତରଖାନାରେ ଚେତା ଆସିବା ପରେ ସେ ତାଙ୍କ ବାପାଙ୍କୁ ଘଟଣା ବିଷୟରେ କହିଥିଲେ। ଏ ନେଇ ପୀଡ଼ିତାଙ୍କ ବାପା କୁଚିଣ୍ଡା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe