ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ! ଟ୍ୟୁସନ୍‌ ଶିକ୍ଷକଙ୍କୁ ଅଟକ ରଖି ୫ ଲକ୍ଷ ଟଙ୍କା ଜରିମାନା

Advertisment
୭୦ ହଜାରରେ ବିକ୍ରି ପରେ ଯୁବତୀଙ୍କୁ ଦୁଷ୍କର୍ମ!

Facebook

ଜଳେଶ୍ବର: ଜଳେଶ୍ବର ଥାନା ଅଞ୍ଚଳରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ତାଙ୍କ ଟ୍ୟୁସନ ଶିକ୍ଷକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଘଟଣାରେ ଆଜି ସମ୍ପୃକ୍ତ ଟ୍ୟୁସନ ଶିକ୍ଷକଙ୍କୁ ଗ୍ରାମବାସୀ ପୂର୍ବାହ୍ନ ୭ଟାରୁ ସନ୍ଧ୍ୟାଯାଏ ଅଟକ ରଖିଛନ୍ତି। ଶିକ୍ଷକଙ୍କଠାରୁ ଜରିମାନା ଆକାରରେ ୫ଲକ୍ଷ ଟଙ୍କା ନପାଇବା ଯାଏ ତାଙ୍କୁ ଛଡ଼ା ଯିବନି ଓ ପୁଲିସରେ ଜିମା ଦିଆଯିବ ବୋଲି କୁହା ଯାଇଥିବା ବେଳେ ପୁଲିସ ନିକଟରେ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ କୌଣସି ଅଭିଯୋଗ ହୋଇ ନଥିବା ଜଣାପଡ଼ିଛି।

ପ୍ରକାଶଯୋଗ୍ୟ, ଗତ ୪ ଦିନ ତଳେ ଟ୍ୟୁସନ ଶିକ୍ଷକ ଛୁଟିହେବା ପରେ ଅନ୍ୟ ଛାତ୍ରଛାତ୍ରୀଙ୍କୁ ଘରକୁ ଚାଲିଯିବାକୁ କହିବା ସହ ଏହି ଛାତ୍ରୀଙ୍କୁ ରହିବା ପାଇଁ କହିଥିଲେ। ଏହାପରେ ଏକୁଟିଆ ପାଇ ସମ୍ପୃକ୍ତ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ସହ ଏକଥା କାହାକୁ କହିବାକୁ ମନା କରିଥିଲେ। ଛାତ୍ରୀଜଣକ ଘରକୁ ଫେରିବା ପରେ ଗୁମସୁମ ରହିଥିଲେ। ଏପରିକି ଆଉ ଟ୍ୟୁସନ କେବେ ଯିବେ ନାହିଁ ବୋଲି ଅଡ଼ି ବସିବାରୁ ତାଙ୍କୁ ତାଙ୍କ ବାପାମା’ ଗତକାଲି ରାତିରେ ବୁଝାଇବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଛାତ୍ରୀଜଣକ ଶିକ୍ଷକଙ୍କ କଳାକାରନାମା ସମ୍ପର୍କରେ ପରିବାର ଲୋକଙ୍କୁ କହିଥିଲେ।

ଶିକ୍ଷକଜଣକ ଅନ୍ୟ ଏକ ଗାଁର ହୋଇଥିବା ବେଳେ ଆଜି ସେ ଟ୍ୟୁସନ କରୁଥିବା ସ୍ଥାନକୁ ଆସିବା ପରେ ଛାତ୍ରୀଙ୍କ ପରିବାର ଲୋକେ ଓ ଗ୍ରାମବାସୀ ସେଠାରେ ପହଞ୍ଚି ତାଙ୍କୁ ଅଟକ ରଖି ଉତ୍ତମମଧ୍ୟମ ଦେଇଥିଲେ। ଏପରିକି ୫ ଲକ୍ଷ ଟଙ୍କା ଜରିମାନା ନଦେଲେ ପୁଲିସକୁ ମାମଲା ହସ୍ତାନ୍ତର କରିବେ ବୋଲି ଧମକ ଦେଇଛନ୍ତି। ସନ୍ଧ୍ୟା ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇ ପାରିନଥିବା ବେଳେ ସମ୍ପୃକ୍ତ ଅଞ୍ଚଳରେ ଘଟଣାଟି ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe