ନାତୁଣୀଙ୍କୁ ଦୁଷ୍କର୍ମ, ଅଜା ଗିରଫ

କାଲଭମ-୬୨୫ ଓ ଅନ୍ୟ ନକଲି ଔଷଧ ମାମଲା: ବାରାଣାସୀରୁ କିଙ୍ଗ ପିନ୍‌ ସହିତ ୫ ଗିରଫ

Image Courtesy of The Quint

ରାଉରକେଲା: ୧୪ ବର୍ଷର ନାବାଳିକା ନାତୁଣୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ପ୍ଲାଣ୍ଟସାଇଟ୍ ପୁଲିସ ଅଭିଯୁକ୍ତ ଅଜାଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଉଛନ୍ତି ଟିମ୍ବର କଲୋନି ଅଞ୍ଚଳର ଦଳଜିତ୍ ନାଗପାଳ (୫୫) ଓରଫ୍ ଜ୍ଞାନମନ୍ଦର। ପୁଲିସ ସୂଚନା ଅନୁଯାୟୀ, ନାବାଳିକା ନାତୁଣୀଙ୍କୁ ଅଭିଯୁକ୍ତ ଅଜା ଦଳଜିତ୍ ଚକୋଲେଟ୍‌ ଓ କିଛି ଟଙ୍କା ଦେବା ବାହାନାରେ ନିଜ ବେଡ଼୍ ରୁମକୁ ଡାକି ଦୁଷ୍କର୍ମ କରିଥିଲେ। ନାବାଳିକା ଜଣ ଭୟରେ କାହାକୁ କହି ପାରୁନଥିଲେ। ନାବାଳିକାଙ୍କ ମା ଘଟଣା ସଂପର୍କରେ ଜାଣି ଝିଅକୁ ପଚାରିଥିଲେ।

ନାବାଳିକା ଜଣଙ୍କ ମାଙ୍କୁ ସବୁ କଥା କହିଥିଲେ। ଏନେଇ ନାବାଳିକାଙ୍କ ମା ପ୍ଲାଣ୍ଟସାଇଟ୍ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଛାନିଭିନ୍ କରିବା ପରେ ଶେଷରେ ଅଭିଯୁକ୍ତ ଅଜା ଦଳଜିତଙ୍କୁ ଗିରଫ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe