ନାବାଳିକାକୁ ଦୁଷ୍କର୍ମ, ୨ ଗିରଫ

Advertisment
ଯୁବକଙ୍କୁ ଛୁରିରେ ଆକ୍ରମଣ ଘଟଣା: ଫେରାର୍‌  ଅଭିଯୁକ୍ତ ଗିରଫ

Image Courtesy of East Coast Daily English

ରେଢ଼ାଖୋଲ: ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ପୁଲିସ ଡଙ୍ଗାପଥର ଗ୍ରାମର ମୁଖ୍ୟ ଅଭିଯୁକ୍ତ ବିଜୟ କଅଁର (୨୪) ଓ ସହଯୋଗୀ ଅନ୍ତର୍ଯ୍ୟାମୀ ରଣା (୨୫)ଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

ଡଙ୍ଗାପଥର ଗାଁର ‌ଏକ ଘରେ କେହି ରହୁନଥିବା ‌ବେଳେ ଅନ୍ତର୍ଯ୍ୟାମୀ ପାଖରେ ସେହି ଘରର ଚାବି ଥିଲା। ଗତ ୮ ତାରିଖରେ ଅନ୍ତର୍ଯ୍ୟାମୀ ଜଣେ ନାବାଳିକାକୁ କୌଶଳ କ୍ରମେ ସେଠାକୁ ଡାକି ଆଣିଥିଲା। ସେଠାରେ ପୂର୍ବରୁ ଛପି ରହିଥିବା ମୁଖ୍ୟ ଅଭିଯୁକ୍ତ ବିଜୟ କଅଁର ଧମକ ଚମକ ଦେଇ ଦୁଷ୍କର୍ମ କରିଥିଲା। ଘଟଣା ସଂର୍ପକରେ ନାବାଳିକା ପରିବାର ‌ବର୍ଗଙ୍କୁ ଜଣାଇଥିଲେ। ମାତ୍ର ଧମକଚମକ ଭୟରେ ଥାନାରେ ଅଭିଯୋଗ କରିନଥିଲେ।

ପରେ ଅର୍ଥାତ୍‌ ବୁଧବାର ପିଡ଼ିତା ନିଜ ବାପାଙ୍କ ସହ ଚାଳମାଳ ଥାନାକୁ ଯାଇ ଏତଲା ଦେଇଥିଲେ। ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ବୁଧବାର ରାତ୍ରିରେ ଉଭୟ ଅଭିଯୁକ୍ତଙ୍କୁ ସେମାନଙ୍କ ଘରୁ ଗିରଫ କରିଥିଲେ। ଗୁରୁବାର ନାବାଳିକା ସମେତ ୨ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରାଯାଇ ଥିଲା। ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe