The Guardian Nigeria
ବିଂଝାରପୁର : ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ବିଦ୍ୟାଳୟରୁ ଡାକି ନେଇ ଦୁଷ୍କର୍ମ କରିବା ଅଭିଯୋଗରେ ପୁଲିସ ବିଂଝାରପୁର ଥାନା ପ୍ରୀତିପୁର ପଞ୍ଚାୟତ ନୂଆଗାଁ ଗ୍ରାମର ରବୀନ୍ଦ୍ର ମଳିକଙ୍କ ପୁଅ ପ୍ରକାଶ ମଳିକ ଓରଫ ଟୁକୁଲୁ (୨୮)କୁ ପୁଲିସ ଗିରଫ କରିଛି। ଖବରପାଇ ଏସ୍ପି ରାହୁଲ୍ ପିଆର୍ ପହଞ୍ଚି ଘଟଣାର ତଦନ୍ତ କରି ଫେରିଛନ୍ତି। ଅପରପକ୍ଷରେ ଏହାକୁ ନେଇ ଆଜି ପୀଡ଼ିତା ଏବଂ ଅଭିଯୁକ୍ତଙ୍କ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି।
ଘଟଣାରୁ ପ୍ରକାଶ ଯେ ନୂଆଗାଁ ପ୍ରାଥମିକ ବିଦ୍ୟାଳୟର ଜଣେ ଚତୁର୍ଥ ଶ୍ରେଣୀର ଛାତ୍ରୀ ମଧ୍ୟାହ୍ନଭୋଜନ ଖାଇସାରି ବିଦ୍ୟାଳୟରେ ଥିଲେ। ଗ୍ରାମର ପ୍ରକାଶ ମଳିକ ବିଦ୍ୟାଳୟରେ ପହଞ୍ଚି ଛାତ୍ରୀଙ୍କୁ ଡାକିନେଇ ସାଇକେଲରେ ପ୍ରୀତିପୁର ପଟକୁ ନେଇଥିଲା। ଅନ୍ୟପଟେ ସ୍କୁଲ ଛୁଟି ହେଲାପରେ ସବୁପିଲା ଘରକୁ ଯାଇଥିଲା ବେଳେ ଛାତ୍ରୀ ଜଣକ ଘରକୁ ଫେରିନଥିଲେ। ଏହାପରେ ପରିବାର ଲୋକ ଖୋଜାଖୋଜି କରିଥିଲେ। ଛାତ୍ରୀଙ୍କୁ ପ୍ରକାଶ ନେଇଥିବା ସୂଚନା ପାଇ ପ୍ରୀତିପୁର ପଟକୁ ଲୋକେ ଯାଇଥିଲେ।
ନାବାଳିକାକୁ ଦୁଷ୍କର୍ମ କରିଥିବା ଜଣାପଡ଼ିବା ପରେ ପରିବାର ଲୋକ ଅଭିଯୁକ୍ତ ପ୍ରକାଶକୁ ଧରି ଅଳକୁଣ୍ଡ ଫାଣ୍ଡିରେ ଜିମା ଦେଇଥିଲେ। ଅଳକୁଣ୍ଡ ଫାଣ୍ଡି ଅଧିକାରୀ ସୁରେନ୍ଦ୍ର ରଥ ଅଭିଯୁକ୍ତ ସମେତ ଛାତ୍ରୀଙ୍କୁ ବିଂଝାରପୁର ଥାନାକୁ ନେଇଛନ୍ତି। ଖବରପାଇ ଏସପି ରାହୁଲ୍ ପିଆର୍ ବିଂଝାରପୁର ଥାନାରେ ପହଞ୍ଚି ତଦନ୍ତ କରି ଫେରିଛନ୍ତି। ପୀଡିତା ଛାତ୍ରୀଙ୍କ ମା’ଙ୍କ ଅଭିଯୋଗ ପ୍ରକାରେ ଆଇଆଇସି ରଂଜିତ ମହାନ୍ତି ଏକ ମାମଲା ରୁଜୁକରି ଅଭିଯୁକ୍ତକୁ ଗିରଫ କରିଛନ୍ତି। ଆସନ୍ତାକାଲି ଡାକ୍ତରୀ ମଇନା କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ସୁତ୍ରରୁ ଜଣାଯାଇଛି।
ପୁଲିସ ଦୁଷ୍କର୍ମ ଅଭିଯୁକ୍ତ ପ୍ରକାଶ ମଳିକକୁ ଗିରଫ କରିବା ପରେ ଏହାକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଏହି ଘଟଣାରେ ଅଭିଯୁକ୍ତ ପ୍ରକାଶର ବଡ଼ଭାଇ ବିକାଶ ମଳିକ ଓ ପୀଡ଼ିତା ଛାତ୍ରୀଙ୍କ ବଡ଼ବାପା ଆହତ ହୋଇଛନ୍ତି। ଉଭୟପକ୍ଷଙ୍କ ଅଭିଯୋଗ କ୍ରମେ ପୁଲିସ ଆଉ ୨ଟି ମାମଲା ରୁଜୁ କରିଛି।
Follow Us