ନାବାଳିକାଙ୍କୁ ଦୁଷ୍କର୍ମ କରି ଭିଡିଓ ଭଇରାଲ୍‌, ଅଭିଯୁକ୍ତକୁ ବାନ୍ଧିଲା ପୁଲିସ

ନାବାଳିକାଙ୍କୁ ଦୁଷ୍କର୍ମ କରି ଭିଡିଓ ଭଇରାଲ୍‌, ଅଭିଯୁକ୍ତକୁ ବାନ୍ଧିଲା ପୁଲିସ

Image Courtesy of India Today

ରାସଗୋବିନ୍ଦପୁର/ମାଣିଦା: ଜଣେ ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇ ତାଙ୍କ ସହ ଇଚ୍ଛା ବିରୁଦ୍ଧରେ ବାରମ୍ବାର ଦୁଷ୍କର୍ମ କରିବା ସହ ଏହି ସମୟର ଭିଡିଓ ଭାଇରଲ କରି ଗିରଫ ହୋଇଛନ୍ତି ରାସଗୋବିନ୍ଦପୁର ବ୍ଲକ୍‌ ଅଞ୍ଚଳର ଜଣେ ୨୪ ବର୍ଷୀୟ ଯୁବକ। ଅଭିଯୋଗ ମୁତାବକ; ଉକ୍ତ ଯୁବକଙ୍କ ଘରକୁ ତାଙ୍କ ବଡ଼ଭଉଣୀ ପାଖକୁ ଟ୍ୟୁସନ ପଢ଼ିବାକୁ ଆସୁଥିଲେ ପୀଡ଼ିତା ନାବାଳିକା(୨୫)। ତେବେ ଦିନେ ଭଉଣୀ ନଥିବା ସୁଯୋଗରେ ନାବାଳିକାଙ୍କୁ ଘରଭିତରେ ଦୁଷ୍କର୍ମ କରିବା ସହ ଏହାର ଭିଡିଓ ଉତ୍ତୋଳନ କରିଥିଲା ଅଭିଯୁକ୍ତ। ପରେ ବିବାହ ପ୍ରତିଶ୍ରୁତି ଦେଇ ଅନେକ ଥର ଦୁଷ୍କର୍ମ କରିଥିଲା।

ତେବେ ଲୋକଲଜ୍ଜା ଭୟରେ ନାବାଳିକା ଜଣକ ଅନେକ ଦିନ ଚୁପ୍‌ ରହିଥିଲେ। ଶେଷରେ ପୀଡ଼ିତାଙ୍କ ପରିବାର ଲୋକେ ଏହା ଜାଣିବା ପରେ ଅଭିଯୁକ୍ତଙ୍କ ପରିବାରକୁ ଜଣାଇବାରୁ ଉତ୍‌କ୍ଷିପ୍ତ ହୋଇ ଦୁଷ୍କର୍ମ ବେଳର ଭିଡିଓ ଭାଇରାଲ୍‌ କରି ଦେଇଥିଲା ଅଭିଯୁକ୍ତ। ଏ ନେଇ ପୀଡ଼ିତାଙ୍କ ମା’ ରାସଗୋବିନ୍ଦପୁର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ‌ପୋକ୍‌ସୋ ଆକ୍ଟରେ ୫ଟି ଦଫାରେ ମାମଲା ରୁଜୁ କରିଛି ପୁଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe