ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସହରରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳିକା ଏକାକୀ ଥିବା ବେଳେ ଘର ମାଲିକ ଏହାର ସୁଯୋଗ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଧର୍ମଗଡ଼ ପୁଲିସ୍ ଘର ମାଲିକଙ୍କୁ ଗିରଫ କରିବା ଘଟଣା ଚର୍ଚ୍ଚାର କେନ୍ଦ୍ର ପାଲଟିଛି। ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସହରର ଆଲୋକ ସେନାପତିଙ୍କ ଭଡ଼ା ଘରେ କିଛି ନାବାଳିକା ଝିଅ ରହୁଥିଲେ।
ଗତ ୧୩ ତାରିଖ ମଙ୍ଗଳବାର ଦିନ ପ୍ରାୟ ୧୧ଟାରେ ଭଡ଼ା ଘରେ ରହୁଥିବା ନାବାଳିକା ଝିଅ ଏକୁଟିଆ ଥିବାବେଳେ ଘର ମାଲିକ ଆଲୋକ ସେନାପତି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ନାବାଳିକା ଜଣକ ଧର୍ମଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ୍ ମାମଲା ରୁଜୁ କରି ଅଭିଯୁକ୍ତ ଆଲୋକ ସେନାପତିଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଏଥିସହ ଅଧିକ ତଦନ୍ତ ଜାରି ରଖିଥିବା ଆଇଆଇସି ଦୀପାଞ୍ଜଳି ପ୍ରଧାନ ସୂଚନା ଦେଇଛନ୍ତି।
Follow Us