ନିଶା ଖୁଆଇ ମହିଳାଙ୍କୁ ଦୁଷ୍କର୍ମ: ଯୁବକ ଗିରଫ

Advertisment
୭୦ ହଜାରରେ ବିକ୍ରି ପରେ ଯୁବତୀଙ୍କୁ ଦୁଷ୍କର୍ମ!

Facebook

ଓଲମରା: ରେମୁଣା ଅଞ୍ଚଳର ଜଣେ ମହିଳାଙ୍କୁ ଜଳେଶ୍ବର ବ୍ଲକ ରାଇବଣିଆ ଥାନା ଅଞ୍ଚଳର ଜଣେ ଯୁବକ ନିଶା ଖୁଆଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏପରିକି ଦୁଷ୍କର୍ମ ସମୟର ଭିଡିଓ ଭାଇରାଲ କରାଯାଇଥିବା ଅଭିଯୋଗପତ୍ରରେ ଉଲ୍ଲେଖ ରହିଛି। ଅଭିଯୋଗ ଆଧାରରେ ପୁଲିସ ୩୩/୨୨ରେ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ଯୁବକକୁ ଗିରଫ କରିଛି। ଗିରଫ ଯୁବକ ଜଣକ ଖୁଦିଆମାଝିସାହି ପଞ୍ଚାୟତ ଗୋପାଳପ୍ରସାଦ ଗାଁର ଶଙ୍କର ବାରିକଙ୍କ ପୁଅ ସନ୍ତୋଷ ବାରିକ।

ଅଭିଯୋଗ ଅନୁଯାୟୀ, ମହିଳା ଜଣକ ନିଧିପଣ୍ଡା ଅଞ୍ଚଳର ଏକ ସେବାଶ୍ରମ ସ୍କୁଲରେ ସହାୟିକା ଭାବେ କାର୍ଯ୍ୟ କରନ୍ତି। ତେବେ ଗୋପାଳ ପ୍ରସାଦ ଅଞ୍ଚଳରେ ତାଙ୍କର ବନ୍ଧୁବାନ୍ଧବ ଥିବାରୁ ସେ ନିୟମିତ ଯାଆସ କରନ୍ତି। ଏହି ସମୟରେ ସନ୍ତୋଷଙ୍କ ସହିତ ତାଙ୍କର ପରିଚୟ ହୋଇଥିଲା। କିଛିଦିନ ତଳେ ମହିଳା ଜଣକ ଜଳେଶ୍ବର କୋର୍ଟକୁ କୌଣସି କାମରେ ଆସିଥିବା ବେଳେ ସନ୍ତୋଷଙ୍କ ଦେଖା ହୋଇଥିଲା। ଏହାପରେ ସନ୍ତୋଷ ତାଙ୍କୁ ବାଇକରେ ନେଇ କୋର୍ଟରେ ଛାଡ଼ିଦେବେ କହିଥିଲେ। ତେବେ ସମ୍ପୃକ୍ତ ମହିଳାଙ୍କୁ ସନ୍ତୋଷ କୋର୍ଟକୁ ନନେଇ ଅନ୍ୟତ୍ର ନେଇ ଯାଇଥିଲେ। ଏହାପରେ ନିଶା ମିଶା ଥଣ୍ଡାପାନୀୟ ମହିଳାଙ୍କୁ ପିଇବାକୁ ଦେଇଥିଲା। ଫଳରେ ମହିଳା ସଂଜ୍ଞାହୀନ ହୋଇପଡ଼ିଥିଲେ। ଏହି ସମୟରେ ମହିଳାଙ୍କୁ ଯୁବକ ଜଣକ ଦୁଷ୍କର୍ମ କରିବା ସହ ଭିଡିଓ ସୁଟିଂ କରିଥିଲା। ପରେ ସେହି ଭିଡିଓ ଭାଇରାଲ କରିଥିବା ପୀଡ଼ିତା ମହିଳା ତାଙ୍କ ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି। ଅଭିଯୋଗ ପରେ ପୁଲିସ ଗତକାଲି ବିଳମ୍ବିତ ରାତିରେ ସନ୍ତୋଷଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe