ଅଷ୍ଟମ ଶ୍ରେଣୀ ଦୁଷ୍କର୍ମ, ପୀଡ଼ିତା ଭଦ୍ରକ ହସ୍ପିଟାଲରେ ଭର୍ତ୍ତି: ମାମଲାକୁ ନେଇ ଶାସକ-ବିରୋଧୀ ମୁହାଁମୁହିଁ

ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ଅନ୍ତରା ଗ୍ରାମର ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀଙ୍କୁ ଜଣେ ଯୁବକ ଦୁଷ୍କର୍ମ କରିବା ଘଟଣା ପୁଣି ଚର୍ଚ୍ଚାକୁ ଆସିଛି। ଦୁଷ୍କର୍ମର ଶିକାର ହୋଇଥିବା ପୀଡ଼ିତା ଛାତ୍ରୀଙ୍କୁ ଚିକିତ୍ସା ପାଇଁ ଭଦ୍ରକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି...

rape victim admitted to Bhadrak Hospital: opposition-government clash over the case

rape victim admitted to Bhadrak Hospital: opposition-government clash over the case Photograph: (sambad.in)

ଭଦ୍ରକ: ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ଅନ୍ତରା ଗ୍ରାମର ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀଙ୍କୁ ଜଣେ ଯୁବକ  ଦୁଷ୍କର୍ମ କରିବା ଘଟଣା ପୁଣି ଚର୍ଚ୍ଚାକୁ ଆସିଛି। ଦୁଷ୍କର୍ମର ଶିକାର ହୋଇଥିବା ପୀଡ଼ିତା ଛାତ୍ରୀଙ୍କୁ  ଚିକିତ୍ସା ପାଇଁ ଭଦ୍ରକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ତରାର ଏହି ପୀଡ଼ିତା  ଛାତ୍ରୀ ଭଦ୍ରକ ମେଡ଼ିକାଲରେ ଭେଟିଛନ୍ତି ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା।ପୀଡ଼ିତାଙ୍କ ଚିକିତ୍ସା ସମ୍ପର୍କରେ ଭଦ୍ରକ ସିଡିଏମଓ  ଏବଂ  ଭଦ୍ରକ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ। ଏହି ଘଟଣାରେ  ଅଭିଯୁକ୍ତଙ୍କ ବିରୋଧରେ  ଦୃଢ଼ କାର୍ଯ୍ୟନୁଷ୍ଠାନ ନେବା ପାଇଁ  ବାଲେଶ୍ବର ଦିଆଜିଙ୍କୁ କହିଥିଲେ।  ଭଦ୍ରକ  ମେଡ଼ିକାଲରେ ବାଲେଶ୍ୱର ଡିଆଇଜି ପହଞ୍ଚି ପୀଡ଼ିତାଙ୍କୁ ଭେଟିବା ସହ ତାଙ୍କ ପରିବାର ସଦସ୍ୟଙ୍କ ସହ କଥା ହେଉଥିଲେ। ପୀଡିତାଙ୍କୁ  ନ୍ୟାୟ ନିଶ୍ଚୟ ମିଳିବ ବୋଲି ଡିଆଇଜି କହିଛନ୍ତି।

ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା ଭଦ୍ରକ ମେଡିକାଲରେ ପହଞ୍ଚି ଡାକ୍ତର ଓ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଚନ୍ତି । ସିମୁଳିଆ ବିଧାୟକ କହିଚନ୍ତି ଯେ ଘଟଣା ପରେ ଅଭିଯୁକ୍ତ ପାଣିରେ ଲୁଚି ରହିଥିଲା । ସ୍ଥାନୀୟ ଲୋକେ ଅଭିଯୁକ୍ତଙ୍କୁ କାବୁ କରିଥିଲେ । ପୁଲିସ ମଧ୍ୟ ସଠିକ୍ କାର୍ଯ୍ୟନୁଷ୍ଠାନ ନେଇଛି । ବାଲେଶ୍ଵର ଏସପି ଘଟଣାସ୍ଥଳରେ ତଦନ୍ତ ପରେ ଭଦ୍ରକ ମେଡିକାଲରେ ପୀଡ଼ିତାଙ୍କୁ ଭେଟିଛନ୍ତି । ସେ ମୁଖ୍ୟମନ୍ତ୍ରୀଙ୍କ ସହ ଘଟଣା ବିଷୟରେ କଥା ହୋଇଛନ୍ତି । ଆବଶ୍ୟକୀୟ ସରକାରୀ ସହାୟତା ଯୋଗାଇ ଦିଆଯିବ । ଦୃଢ଼ କାର୍ଯ୍ୟାନୁଷ୍ଠାନ ପର୍ୟ୍ୟନ୍ତ ସେ ନିଜେ ଜଗି ରହିବେ । ମେଡିକାଲରୁ ଗଲେ ପୁଣି ମୂଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ବୋଲି ବିଧାୟକ  ଗଣ ମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ତେବେ ଭଦ୍ରକ ଏଡିଏମଓ  ମିନତି ଲତା ଦାସ କହିଛନ୍ତି ଯେ, ନାବାଳିକାଙ୍କୁ ସମସ୍ତ ଚିକିତ୍ସା ଯୋଗାଇ ଦିଆଯାଉଛି । ପୀଡ଼ିତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ।

ଏଭଳି ଏକ ସ୍ପର୍ଶ କାତର ଘଟଣା ପୀଡ଼ିତାଙ୍କ ପରିବାରକୁ ଓ ପୀଡ଼ିତାଙ୍କ ଉପଯୁକ୍ତ ନ୍ୟାୟ ଦେବା ପାଇଁ ଦାବି କରି ଭଦ୍ରକ ମେଡ଼ିକାଲରେ  ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ, ଭଦ୍ରକର ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ସିମୁଳିଆ ପୂର୍ବତନ ମନ୍ତ୍ରୀ  ଜ୍ୟୋତି ପାଣିଗ୍ରାହୀ ପ୍ରମୁଖ ପହଞ୍ଚିଥିଲେ। ରାଜ୍ୟରେ ନାରୀ ନିର୍ଯାତନା ଦିନକୁ ଦିନ ବୃଦ୍ଧି ପାଉଛି। ବିଜେପି ସରକାରରେ ନାରୀମାନେ ସୁରକ୍ଷିତ ନୁହନ୍ତି ବୋଲି ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଅଭିଯୋଗ  କରିବା ସହ ଅନ୍ତାରାର ପୀଡ଼ିତା ଛାତ୍ରୀଙ୍କୁ ନ୍ୟାୟ ଦିଆଯାଉ ବୋଲି  ଦାବି କରିଥିଲେ।

ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଡିଆଇଜିଙ୍କ ନିକଟରେ ସେ ଦାବି ଉଠାଇ ଥିଲେ।  କେବଳ ବିଜେଡି ନୁହେଁ, ଭଦ୍ରକ ମେଡ଼ିକାଲରେ ପୀଡ଼ିତାଙ୍କ ନ୍ୟାୟ ମିଳୁ ବୋଲି ଦାବି କରି କଂଗ୍ରେସ ଦଳ ପକ୍ଷରୁ ସରକାରଙ୍କ ଅପାରଗତା ତଥା ଦିନ ଦ୍ବି ପ୍ରହରରେ ନାରୀନିର୍ଯାତନା ବଢୁଛି ବୋଲି ଅଭିଯୋଗ ଅଣାଯାଇଛି। ଏହା ସ୍ପଷ୍ଟ କରୁଛି ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ ବିଗିଡ଼ିଯାଇଛି ବୋଲି  ସିମୁଲିଆର କଂଗ୍ରେସ ବିଧାୟକ ପ୍ରାର୍ଥୀ ହିମାଂଶୁ ଶେଖର ବେହେରା କହିଛନ୍ତି ।  ଏହି ଘଟଣାରେ  ସରକାରଙ୍କ ଉପରେ ଦୋଷ ଲଦିଛନ୍ତି। କଂଗ୍ରେସ ଯୁବ ନେତା ଶୁଭେନ୍ଦୁ ରାୟ ମହାପାତ୍ର, ଦେବରୂପ ମହାନ୍ତି, ବଳରାମ ରାଉତ, ହେମନ୍ତ ସାହୁ ପ୍ରମୁଖ ଭଦ୍ରକ  ମେଡ଼ିକାଲ ଯାଇ ପୀଡ଼ିତାଙ୍କ ଭେଟିବା ସହ ତାଙ୍କୁ ତୁରନ୍ତ ନ୍ୟାୟ ମିଳୁ ବୋଲି ଦାବି କରିଛନ୍ତି। ବିଜେପି ରାଜ ଅପାରଗ ସରକାର। ଏ ସରକାରରେ  ନାରୀମାନେ ସୁରକ୍ଷିତ ନୁହନ୍ତି ବୋଲି କଂଗ୍ରେସ କହିଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାରରେ ନାରୀ ଆଖି ଲୁହରେ ଭିଜୁଥିବା କହିଥିଲେ।

ଅଧିକ ପଢ଼ନ୍ତୁ: ଯଦି ତମେ ନିଜ ଜୀବନ ନେବ, ମୁଁ କଣ ପାଇଁ ଅଛି: ଅଭିଯୋଗକାରୀଙ୍କୁ ବୁଝାଇଲେ ମୁଖ୍ୟମନ୍ତ୍ରୀ

ଭଦ୍ରକ ମେଡ଼ିକାଲରେ ପରିସରରେ ସୋମବାର  ଶାସକ ବିଜେପି , ବିରୋଧୀ ବିଜେଡି ଓ କଂଗ୍ରେସ ଦଳର ନେତାମାନେ ପରସ୍ପର ମୁହଁମୁହିଁ ଅବସ୍ଥାରେ ରହିଥିଲେ। ଏହି ଘଟଣାରେ  ଶାସକ ଦଳକୁ ବିଜେଡି ଓ କଂଗ୍ରେସ  ନେତାମାନେ ଟାର୍ଗେଟ କରୁଛନ୍ତି । ପରିସ୍ଥିତି ଜଟିଳ ହେବାରୁ ଭଦ୍ରକ ମେଡିକାଲରେ ପୂର୍ବାଞ୍ଚଳ ଡିଆଇଜି  ଡ଼. ସତ୍ୟଜିତ ନାୟକ ପହଞ୍ଚି ପୀଡିତା ପରିବାରକୁ ଭେଟି ଆଲୋଚନା କରିବା ସହ ଅଭିଯୁକ୍ତ ବିରୋଧରେ ସଂଗୀନ ଦଫା ଲଗାଯାଇଥିବା କହିଛନ୍ତି । ଦୋଷୀଙ୍କ ବିରୋଧରେ  ଉପଯୁକ୍ତ  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସେ କହିଛନ୍ତି। ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଭଦ୍ରକ ମେଡିକାଲରେ ଉପସ୍ଥିତ ରହି ପୀଡ଼ିତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ପ୍ରତି ଅଧିକ ଯତ୍ନ ନେବା ସହ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା ପାଇଁ ଭଦ୍ରକ ସିଡିଏମଓ ଙ୍କ ଆଲୋଚନା କରିଥିଲେ।

 ପୀଡ଼ିତା ଭଦ୍ରକ ମେଡ଼ିକାଲରେ ଚିକିତ୍ସିତ ହେଉଥିବା ବେକେ ତାଙ୍କର  ସ୍ଵାସ୍ଥ୍ୟାବସ୍ଥା ସ୍ଥିର ରହିଛି।   ଏହି ଘଟଣାକୁ ନେଇ ଭଦ୍ରକ ମେଡ଼ିକାଲ ପରିସରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଭଦ୍ରକ ଏସପି ମନୋଜ ରାଉତ ଭଦ୍ରକ ମେଡ଼ିକାଲ ଉପରେ ତୀକ୍ଷ୍ମ ନଜର ରଖି ଥିବା ବେଳେ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ମଧ୍ୟ ଦୃଷ୍ଟି ରଖାଯାଇଛି।

ଅଧିକ ପଢ଼ନ୍ତୁ: କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା: ୧୭ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ପୂର୍ବାନୁମାନ

Bhadrak | Crime | politics

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe