ଅଭିଯୁକ୍ତଙ୍କ ମୋବାଇଲରେ ଗଣଦୁଷ୍କର୍ମର ଭିଡିଓ: ଦୁଇ ସାଙ୍ଗଙ୍କ ସହ ମିଶି ଷଡ଼୍‌ଯନ୍ତ୍ର ରଚିଥିଲା ପ୍ରେମିକ

Advertisment

ଜେଲ ଗଲେ ୩ ଯୁବକ, ହୋଟେଲ ସିଲ୍‌, ମ୍ୟାନେଜର ଅଟକ

ଜେଲ ଗଲେ ୩ ଯୁବକ, ହୋଟେଲ ସିଲ୍‌, ମ୍ୟାନେଜର ଅଟକ

ଅଭିଯୁକ୍ତଙ୍କ ମୋବାଇଲରେ ଗଣଦୁଷ୍କର୍ମର ଭିଡିଓ: ଦୁଇ ସାଙ୍ଗଙ୍କ ସହ ମିଶି ଷଡ଼୍‌ଯନ୍ତ୍ର ରଚିଥିଲା ପ୍ରେମିକ

ବାଲେଶ୍ୱର: ପଞ୍ଚଲିଙ୍ଗେଶ୍ବର ବୁଲାଇବାକୁ କହି ଚାନ୍ଦିପୁର ନେଇଗଲା ପ୍ରେମିକ। ଆଉ ସେଠି ହୋଟେଲରେ ନାବାଳିକା ପ୍ରେମିକା ସହ ଛଳ କରି ନିଜେ ଦୁଷ୍କର୍ମ କଲା ଏବଂ ପୂର୍ବ ଯୋଜନା ମୁତାବକ ଅନ୍ୟ ଦୁଇ ସହଯୋଗୀଙ୍କୁ କୁକର୍ମ କରିବାକୁ ଛାଡ଼ିଦେଲା। ଖାଲି ସେତିକି ନୁହେଁ, ଏହି ଜଘନ୍ୟ ପାପ କାମର ଭିଡିଓ ଚିତ୍ର ବି ନିଜ ନିଜ ମୋବାଇଲରେ ଉତ୍ତୋଳନ କଲା। ଏହି ବହୁଚର୍ଚ୍ଚିତ ଚାନ୍ଦିପୁର ନାବାଳିକା ଗଣଦୁଷ୍କର୍ମ ମାମଲାରେ ପୁଲିସ ଆଜି ୩ ଜଣଙ୍କୁ କୋର୍ଟ ଚାଲାଣ କରିଛି। ଗିରଫ ୩ ଯୁବକ ହେଲେ ବାଲେଶ୍ବର ସଦର ଥାନା କୁଡ଼ିଆ ଅଞ୍ଚଳର ସିଲୁ ଓରଫ୍‌ ସନ୍ଦୀପ ସେନାପତି (୨୧), ସିଲଡ଼ ଅଞ୍ଚଳର ତେଲୁ ଓରଫ୍‌ ବିକାଶ ତପସ୍ବୀ (୨୨) ଓ ସହଦେବଖୁଣ୍ଟା ଥାନା ଅରଡ଼ବଜାର ଯାଦବପୁର ଅଞ୍ଚଳର କ୍ଷୀତାଂଶୁ ସେନାପତି (୨୧)।

ବାଲେଶ୍ବର ସଦର ଏସ୍‌ଡିପିଓ ଶଶାଙ୍କ ଶେଖର ବେଉରାଙ୍କ ସୂଚନା ଅନୁଯାୟୀ, ବାଲେଶ୍ବର ସଦର ଥାନା ଅଞ୍ଚଳର ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ତାଙ୍କ ପ୍ରେମିକ ଗତ ୨୧ ତାରିଖରେ ନୀଳଗିରି ବୁଲିଯିବା କହି ଘରୁ ଡାକି ଆଣିଥିଲା। ନୀଳଗିରି ପରିବର୍ତ୍ତେ ଦୁହେଁ ଚାନ୍ଦିପୁର ଯାଇ ସେଠାରେ ହୋଟେଲ୍‌ ଗୋଲଡେନ୍ ପ୍ଲାଜାରେ ରହିଥିଲେ। ଅଭିଯୁକ୍ତ ପ୍ରେମିକ ନାବାଳିକାଙ୍କ ସହ ଶାରୀରିକ ସମ୍ପର୍କ ରଖି ତାର ଭିଡିଓ ଉତ୍ତୋଳନ କରିଥିଲା। ପରେ ଦୁଇ ସାଙ୍ଗ ସେଠାରେ ପହଞ୍ଚି ଜଣକ ପରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରି ମୋବାଇଲରେ ଭିଡିଓ ଉତ୍ତୋଳନ କରିଥିଲେ। ଷଡ଼୍‌ଯନ୍ତ୍ରର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ ମଧ୍ୟ ନାବାଳିକା ପ୍ରତିବାଦ କରିପାରି ନଥିଲେ। ଅଭିଯୁକ୍ତମାନେ ପୀଡ଼ିତାଙ୍କୁ ଘରକୁ ନେଇ ଅଧାବାଟରେ ​ଛାଡ଼ିଦେବା ପରେ ସେ ଆତ୍ମଗ୍ଲାନି ଓ ଲୋକଲଜ୍ଜା ଭୟରେ ବିଷ ପିଇ ଦେଇଥିଲେ। ପରିବାର ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ରୂପ୍‌ସା ଡାକ୍ତରଖାନା ଓ ପରେ ବାଲେଶ୍ବର ବଡ଼ଡାକ୍ତରଖାନାକୁ ଆଣିଥିଲେ।

ପୀଡ଼ିତାଙ୍କ ମା’ ଗତକାଲି ସଦର ଥାନାରେ ଏତଲା ଦେବା ପରେ ଆଇପିସି ୩୬୩, ୩୬୬ (ଏ), ୩୭୬ (ଡି), ୬ ପୋକ୍‌ସୋ ଆକ୍ଟରେ ମାମଲା ରୁଜୁ କରି ପୁଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅନ୍ୟପଟେ ଜଣେ ନାବାଳିକା ସହ ଅଭିଯୁକ୍ତ ଯୁବକଙ୍କୁ ରୁମ୍ ଦେବା ଅଭିଯୋଗରେ ପୁଲିସ ହୋଟେଲ ମ୍ୟାନେଜରଙ୍କୁ ମଧ୍ୟ ଥାନାକୁ ଆଣି ଅଟକ ରଖିଛି। ଆଜି ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଉକ୍ତ ହୋଟେଲର ୧୩ଟି ରୁମ୍‌କୁ ସଦର ଥାନା ଆଇଆଇସି ଜୟନ୍ତ କୁମାର ବେହେରା ସିଲ୍‌ କରିଛନ୍ତି। ଏହି ଘଟଣାରେ ଅଭିଯୁକ୍ତଙ୍କଠାରୁ ୨ଟି ମୋଟର ସାଇକଲ, ୩ଟି ମୋବାଇଲ ଫୋନ୍‌, ହୋଟେଲ ରେଜିଷ୍ଟର ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe