କଟକ : ରାପିଡ୍‌ ଆଣ୍ଟିଜେନ୍‌ କିଟ୍‌ ଅଭାବ, ସଙ୍କଟରେ ଗୁରୁତର ରୋଗୀ

Advertisment
କଟକ : ରାପିଡ୍‌ ଆଣ୍ଟିଜେନ୍‌ କିଟ୍‌ ଅଭାବ, ସଙ୍କଟରେ ଗୁରୁତର ରୋଗୀ

କଟକ : କଟକ ବଡ଼ ମେଡିକାଲ, ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆସୁଥିବା ଗୁରୁତର ରୋଗୀଙ୍କ ଜୀବନ ଏବେ ସଙ୍କଟରେ। କୋଭିଡ-୧୯ର ଚିକିତ୍ସା ନିୟମାବଳୀ ଅନୁଯାୟୀ ଏବେ ଚିକିତ୍ସା ଆରମ୍ଭ ପୂର୍ବରୁ ରୋଗୀଙ୍କ ତୁରନ୍ତ ଆଣ୍ଟିଜେନ ପରୀକ୍ଷା ପାଇଁ କିଟ୍ସ ନାହିଁ। ଫଳରେ ରୋଗୀଙ୍କ ଆରଟିପିସିଆର ପରୀକ୍ଷା କରି ରିପୋର୍ଟକୁ ଅପେକ୍ଷା କରାଯାଉଛି। ଆରଟିପିସିଆର ରିପୋର୍ଟ ପାଇଁ ଗୋଟିଏ ଦିନରୁ ଅଧିକ ଲାଗି ଯାଉଥିବାରୁ ସେତେବେଳକୁ ଗୁରୁତର ରୋଗୀଙ୍କ ଅବସ୍ଥା କ’ଣ ହୋଇଥିବ, ତାହାକୁ ନେଇ ଏବେ ଉଦବେଗ ସୃଷ୍ଟି ହୋଇଛି। ଅନ୍ୟପଟେ କର୍ତ୍ତୃପକ୍ଷ ସିଧାସଳଖ ଭାବେ ଏଥିପାଇଁ ଆଣ୍ଟିଜେନ ଟେଷ୍ଟ୍ କିଟ୍ସର ଅଭାବକୁ କାରଣ ଭାବେ ଦର୍ଶାଇଛନ୍ତି।

ତିନି ଦିନ ହେଲାଣି ଆଚାର୍ଯ୍ୟ ହରିହରରେ ଏଭଳି ସଙ୍ଗିନ ସ୍ଥିତି। ଆଜି ଏସ୍‌ସିବି ସୁପରସ୍ପେଶାଲିଟି ଆଉଟ୍‌ଡୋରରେ ବି ସାମାନ ସ୍ଥିତି ସୃଷ୍ଟି ହୋଇଥିଲା। ରାପିଡ୍‌ କିଟ୍‌ ଅଭାବରୁ ପାଖାପାଖି ଶହେ ରୋଗୀଙ୍କର ଆଜି ସ୍ବାବ୍‌ ପରୀକ୍ଷା କରାଯାଇଛି। ଏବେ ପ୍ରଶ୍ନ ଉଠୁଛି ସ୍ବାବ୍‌ ରିପୋର୍ଟ ଆସିବା ପର୍ଯ୍ୟନ୍ତ ରୋଗୀଙ୍କ ଚିକିତ୍ସା ହେବ କେମିତି? ତାଙ୍କୁ ଆଡ଼ମିସନ୍‌ ମିଳିବ କିପରି ? ଏ ସଂପର୍କରେ କଟକ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସତ୍ୟବ୍ରତ ଛୋଟରାୟ କହିଛନ୍ତି ଯେ ରାଜ୍ୟରେ ପରୀକ୍ଷା କିଟ୍‌ ଅଛି। କିନ୍ତୁ କଟକକୁ ଯେତିକି ଆସିଥିଲା ସେହି ଅନୁସାରେ ପରୀକ୍ଷା ହୋଇପାରୁଛି। ଏସ୍‌ସିବିର ଜଣେ ବିଶେଷଜ୍ଞଙ୍କ କହିବା କଥା ହେଲା କିଟ୍‌ କମ୍‌ ଅଛି , ଖୁବ୍‌ଶୀଘ୍ର ଆସିଯିବ। କିନ୍ତୁ ଏଭଳି ସ୍ଥିତିରେ ଗୁରୁତର ରୋଗୀଙ୍କ ସ୍ଥିତି କଣ ହେବ, ସେ ଉତ୍ତର କାହା ପାଖରେ ନାହିଁ।

publive-image indianadmissionsguru.com

ଆଜି ଏସସିବିର ସୁପର ସ୍ପେଶାଲିଟି ୱାର୍ଡକୁ ୮୦ଜଣ ରୋଗୀ ଆସିଥିବାବେଳେ ସେଥିରୁ ମାତ୍ର ୨୦ଜଣଙ୍କର ରାପିଡ୍‌ ଆଣ୍ଟିଜେନ୍‌ ପରୀକ୍ଷା କରା ଯାଇଥିବା ବେଳେ ଅନ୍ୟ ୬୦ଜଣଙ୍କର କିଟ୍‌ ନଥିବା ଦର୍ଶାଇ ସ୍ବାବ୍‌ ପରୀକ୍ଷା ପାଇଁ ପଠାଯାଇଛି। ସେହିଭଳି କର୍କଟ କେନ୍ଦ୍ରକୁ ପାଖାପାଖି ଶହେ ରୋଗୀ ଚିକିତ୍ସା ପାଇଁ ଆସିଥିବା ବେଳେ କିଟ୍‌ ଅଭାବରୁ ପାଖାପାଖି ୫୦ଜଣ ରୋଗୀଙ୍କ ସ୍ବାବ୍‌ ପରୀକ୍ଷା କରାଯାଇଥିବାବେଳେ ୫୦ଜଣଙ୍କର ରାପିଡ୍‌ ଆଣ୍ଟିଜେନ୍‌ ପରୀକ୍ଷା କରାଯାଇଛି। ଅନ୍ୟପଟେ କଟକରେ ୧୮ଟିରୁ ଅଧିକ ଲାବ୍‌ ଓ ହସ୍ପିଟାଲକୁ ରାପିଡ୍‌ ଆଣ୍ଟିଜେନ୍‌ ପରୀକ୍ଷା ପାଇଁ ଅନୁମତି ଦିଆଯାଇଥିଲେ ବି ସେମାନଙ୍କୁ ପରୀକ୍ଷା ନିମନ୍ତେ ଠିକ୍‌ଭାବରେ ତାଲିମ୍‌ ଦିଆଯାଉନି କି କିଟ୍‌ ଅଭାବରୁ ପରୀକ୍ଷା ବି ହୋଇପାରୁନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe