୨୦ ହଜାର ରାପିଡ୍ ଆଣ୍ଟିଜେନ୍‌ ଟେଷ୍ଟ କିଟ୍ ଓଡ଼ିଶାରେ ପହଞ୍ଚିଲା

Advertisment
୨୦ ହଜାର ରାପିଡ୍ ଆଣ୍ଟିଜେନ୍‌ ଟେଷ୍ଟ କିଟ୍ ଓଡ଼ିଶାରେ ପହଞ୍ଚିଲା

Forbes

କଟକ: ବୁଧବାର ଆଉ ୨୦ହଜାର ରାପିଡ଼ ଆଣ୍ଟିଜେନ୍‌ ଟେଷ୍ଟ କିଟ୍ ରାଜ୍ୟରେ ପହଞ୍ଚିଛି। ଏହି କିଟ କଟକ ବଡ଼ ମେଡିକାଲ(ଏସ୍‌ସିବି)ସହ ରାଜ୍ୟର ସମସ୍ତ ମେଡିକାଲ କଲେଜକୁ ଦିଆଯିବ ବୋଲି ଆରଏମ୍‌ଆରସି ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି ସୂଚନା ଦେଇଛନ୍ତି।

କଟକ କ୍ୟାନସର ହସ୍‌ପିଟାଲ ସହ ୩୦ଜିଲ୍ଲାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଏହି କିଟ ଯୋଗାଇ ଦିଆଯିବ। ବିଶେଷ ଭାବେ ସର୍ବାଧିକ ଆକ୍ରାନ୍ତ ଜିଲ୍ଲାକୁ ଏହି କିଟ ଅଧିକ ପରିମାଣରେ ଯିବ। କଟକ ଏସ୍‌ସିବିକୁ ୧୫୦୦, କ୍ୟାନସର ହସ୍‌ପିଟାଲକକୁ ୫୦୦, ଗଞ୍ଜାମ ଜିଲ୍ଲାକୁ ୩୦୦୦, ଗଜପତି ଜିଲ୍ଲାକୁ ୫୦୦ ଓ ୫ ମେଡିକାଲ କଲେଜକୁ ୧୦୦୦ଲେଖାଏଁ କିଟ୍‌ ପ୍ରଦାନ କରାଯାଇଛି। ଏହାଛଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୧୫୦ଲେଖାଏଁ କିଟ ପ୍ରଦାନ କରାଯାଇଛି। ରାଜ୍ୟରେ ଏଯାବତ ୧୦, ୬୨୪ଟି କରୋନା ମାମଲା ସାମ୍ନାକୁ ଆସିଥିବା ବେଳେ ଏବେ ୩,୫୫୭ଟି ସକ୍ରିୟ ମାମଲା ରହିଛି। ଏଥିସହିତ କରୋନାରେ ସଂକ୍ରମିତ ହୋଇ ୭,୦୦୬ ସୁସ୍ଥ ହୋଇଥିବା ବେଳେ ୪୮ଜଣ ଏଥିରେ ପ୍ରାଣ ହରାଇଛନ୍ତି।

ରାଜ୍ୟର ୩୦ଟି ଜିଲ୍ଲା ମଧ୍ୟରୁ ଗଞ୍ଜାମ ଓ ଗଜପତିକୁ ରାପିଡ଼ ଆଣ୍ଟିଜେନ୍‌ ଟେଷ୍ଟ କିଟ ଅଧିକ ପରିମାଣରେ ଯିବ। ଗଞ୍ଜାମରେ ଏଯାବତ ୨,୮୩୬ଟି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ପରେ ୧,୨୦୧ଜଣ ସକ୍ରିୟ ରହିଛନ୍ତି। ଦୁଃଖର କଥା କରୋନା ସଂକ୍ରମଣରେ ସଂକ୍ରମିତ ହୋଇ କେବଳ ଗଞ୍ଜାମ ଜିଲ୍ଲାରୁ ୨୭ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ଏଥିସହିତ ୧,୬୦୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Overcoming the rapid antibody test kit setback Times of India

ସେହିପରି ଅଧିକ ରାପିଡ଼ ଆଣ୍ଟିଜେନ୍‌ ଟେଷ୍ଟ କିଟ ଯିବାକୁ ଥିବା ଜିଲ୍ଲାରେ ଗଜପତି ଜିଲ୍ଲା ବି ରହିଛି। ଏହି ଜିଲ୍ଲାରେ ଏଯାବତ ଆକ୍ରାନ୍ତଙ୍କ ସଂଖ୍ୟା ୫୨୧ରେ ପହଞ୍ଚିଛି। ଏଥିସହିତ ୩୬୨ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୫୮ଟି କରୋନାର ସକ୍ରିୟ ମାମଲା ରହିଛି। ଗଜପତି ଜିଲ୍ଲାରେ କରୋନାରେ ସଂକ୍ରମିତ ହୋଇଜଣଙ୍କ ମୃତ୍ୟୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe