ରାଜଧାନୀରେ ଆରମ୍ଭ ହେଲା ରାପିଡ୍‌ ଟେଷ୍ଟିଂ : ବିଧାୟକଙ୍କଠୁ ଆରମ୍ଭ ରାପିଡ୍‌ ଟେଷ୍ଟିଂ, ସମସ୍ତଙ୍କ ରିପୋର୍ଟ ନେଗେଟିଭ୍‌

ରାଜଧାନୀରେ ଆରମ୍ଭ ହେଲା ରାପିଡ୍‌ ଟେଷ୍ଟିଂ : ବିଧାୟକଙ୍କଠୁ ଆରମ୍ଭ ରାପିଡ୍‌ ଟେଷ୍ଟିଂ, ସମସ୍ତଙ୍କ ରିପୋର୍ଟ ନେଗେଟିଭ୍‌

ଭୁବନେଶ୍ବର : ରାଜଧାନୀରେ ଆଜିଠାରୁ ରାପିଡ ଟେଷ୍ଟିଂ ଆରମ୍ଭ ହୋଇଛି। ଆଇସିଏମ୍‌ଆର ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ନିୟମ ଅନୁସାରେ ସ‌ମ୍ବେଦନ ପ୍ରବଣ ବର୍ଗଙ୍କର ଅଗ୍ରାଧିକାର ଭିତ୍ତିରେ ତାଲିକା ପ୍ରସ୍ତୁତ କରାଯାଇ ପରୀକ୍ଷା କରାଯାଇଛି। ବିଶେଷକରି ଗସ୍ତ ବିବରଣୀ ଥିବା ବ୍ୟକ୍ତିବିଶେଷ, କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି, ସ୍ବାସ୍ଥ୍ୟ କର୍ମୀ, ସଫେଇ କର୍ମଚାରୀ, ଇନଫ୍ଲୁଏଞ୍ଜା ଓ ଶ୍ବାସକ୍ରିୟାରେ କଷ୍ଟ ପରି ଲକ୍ଷଣ ଥିବା ବ୍ୟକ୍ତିଙ୍କ ଅଗ୍ରାଧିକାର ଭିତ୍ତିରେ ପରୀକ୍ଷା କରାଯାଉଛି। ଏହାସହ ବିଭିନ୍ନ କ୍ଲଷ୍ଟର୍‌ରେ ମଧ୍ୟ ରୢାଣ୍ଡମ୍‌ ପରୀକ୍ଷା କରାଯିବ। ଏଥିପାଇଁ ବିଭିନ୍ନ ଆବାସିକ ସଂଘ, ପୂଜା କମିଟି, ୱାର୍ଡ ଅଧିକାରୀ, ଏଏନ୍‌ଏମ୍‌ ଓ ଅଙ୍ଗନବାଡ଼ି କର୍ମୀଙ୍କ ସହାୟତାରେ ଚିହ୍ନିତ ବ୍ୟକ୍ତିଙ୍କର ନମୁନା ସଂଗ୍ରହ କରାଯାଉଛି।

publive-image

ଆଜି ଏକାମ୍ର ବିଧାୟକ ଅଶୋକ ପଣ୍ଡା, ଭୁବନେଶ୍ୱର (ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା ଓ ଉତ୍ତର ବିଧାୟକ ସୁଶାନ୍ତ ରାଉତ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚି ନିଜର ପରୀକ୍ଷା କରାଇଛନ୍ତି। ୩ଜଣଙ୍କ ରାପିଡ ପରୀକ୍ଷା ରିପୋର୍ଟ ନେଗେଟିଭ୍ ରହିଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ସ୍ବାସ୍ଥ୍ୟ ବିଭାଗ କହିଛି, ଏଯାଏ ୬ହଜାର ରାପି଼ଡ୍ ଟେଷ୍ଟିଂ କିଟ୍ ଆସିଛି। ୧୫ ମିନିଟ ମଧ୍ୟରେ ଏହାର ରିପୋର୍ଟ ବାହାରିବ। ଯାହାର ଏଥିରେ ପଜିଟିଭ୍ ବାହାରିବ, ତାଙ୍କର ପୁଣି ସ୍ବାବ୍ ପରୀକ୍ଷା କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe