ନାବାଳିକା ଯୌନ ଶୋଷଣ ଅପରାଧୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ,୨୫ ହଜାର ଜରିମାନା

Advertisment
ଯୌତୁକଜନିତ ନିର୍ଯାତନାରୁ ମୃତ୍ୟୁ: ସ୍ବାମୀଙ୍କ ସହ ଶ୍ବଶୁର-ଶାଶୂଙ୍କୁ ୧୦ ବର୍ଷ ଲେଖାଏ ଜେଲ୍

Photo: Representation

ଭଦ୍ରକ: ଜଣେ ନାବାଳିକା ଯୌନ ଶୋଷଣ ମାମାଲାର ବିଚାର କରି ନାୟକାଣିଡ଼ିହି ଥାନା ତମ୍ବାଖଣ୍ଡି ଗ୍ରାମର ରାଜନୀକାନ୍ତ  ନାୟକଙ୍କ ପୁତ୍ର ଜାଗା ଓରଫ ରାତିକାନ୍ତ ନାୟକ (୩୩)ଙ୍କୁ ଭାରତୀୟ ପିଙ୍ଗଳ କୋଡ଼ର ୩୭୬(୨)(ଏଫ), ୩୭୬(୨) (ଏନ) ଓ ନାବାଳିକା ଯୌନ ନିର୍ଯାତନା ଅପରାଧ ନିରୋଧ ଆଇନର ଦଫା ୬ ମୁତାବକ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୨୫ ହଜାର ଟଙ୍କା ଜରିମାନ ଓ ଅନାଦେୟ ପୁନଶ୍ଚ ୬ ମାସ ଜେଲ ଦଣ୍ଡ ଆଦେଶ ଦେଇଛନ୍ତି ଭଦ୍ରକ ସ୍ୱତନ୍ତ୍ର ପୋକ୍ସ କୋର୍ଟର ବିଚାରପତି ମୁକ୍ତି ରଞ୍ଜନ ଶତପଥୀ।
ବିବରଣୀ ଅନୁଯାୟୀ ୧୫ ବର୍ଷର ଜନୈକା ନାବାଳିକାକୁ ବିବାହର ପ୍ରତିଶ୍ରୁତି ଦେଇ ବାରମ୍ବାର ଶାରୀରିକ ସମ୍ପର୍କ ରଖି ପରେ ବିବାହ କରିବାକୁ ମନା କରିବାରୁ ପୀଡିତା ନିଜେ ନାୟାକାଣିଡ଼ିହି ଥାନରେ ୨୦୧୪ ମସିହା ମଇ ମାସ ୧୧ ତାରିଖରେ ଲିଖିତ ଅଭିଯୋଗ କରିଥିଲେ। ପୁଲି ୭୩/୧୪ରେ ଏକ ମାମଲା ପୋଲିସ ରୁଜୁ କରି ରଜନୀକାନ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେ ଗିରଫ ହେବା ପରେ ପୀଡ଼ିତା ନିଜର ଅଭିଯୋଗ ନ ଥିବାରୁ ଦର୍ଶାଇ ସତ୍ୟପାଠ ଦାଖଲ କରିବାରୁ ସେତେବେଳେ ତାକୁ ମାନ୍ୟବର କୋର୍ଟ ଜାମିନ ପ୍ରଦାନ କରିଥିଲେ। ମାତ୍ର ଚାର୍ଜସିଟ ଦାଖଲ ପରେ କୋର୍ଟରେ ନିଜର ବାୟାନ ବଦଳାଇ ରତିକାନ୍ତଙ୍କ ବିରୁଦ୍ଧରେ ବାୟାନ ଦେବାରୁ ମାନ୍ୟବର କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଉପରୋକ୍ତ ଦଣ୍ଡରେ ଆଜି ଦଣ୍ଡିତ କରିଛନ୍ତି। ପୀଡ଼ିତାଙ୍କ ପାଇଁ ସ୍ୱତନ୍ତ୍ର ସରକାରୀ ଓକିଲ ବଟକୃଷ୍ଣ ଦାସ ମାମାଲା ପରିଚାଳନା କରୁଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe