ନାବାଳିକାକୁ ଯୌନ ନିର୍ଯାତନା ମାମଲା: ଦୋଷୀକୁ ୨ ବର୍ଷ ଜେଲ୍‌ ଦଣ୍ଡାଦେଶ

ଯୌତୁକଜନିତ ନିର୍ଯାତନାରୁ ମୃତ୍ୟୁ: ସ୍ବାମୀଙ୍କ ସହ ଶ୍ବଶୁର-ଶାଶୂଙ୍କୁ ୧୦ ବର୍ଷ ଲେଖାଏ ଜେଲ୍

Photo: Representation

ଭବାନୀପାଟଣା: ଜଣେ ନାବାଳିକାଙ୍କୁ ଯୌନ ନିର୍ଯାତନା ମାମଲର ବିଚାର କରି ପୋକ୍ସୋ କୋର୍ଟର ସ୍ବତନ୍ତ୍ର ଜଜ୍ ଶୁଭଞ୍ଜନ ମହାନ୍ତି ତଥା ବୁଢ଼ୀପଦର ଗ୍ରାମର ସୁଧୀର ପଟେଲକୁ ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି।

୨୦୨୧ ମସିହାରେ ଭବାନୀପାଟଣା ସଦର ଥାନା ବୁଢ଼ୀପଦର ଗ୍ରାମର ସୁଧୀର ଜଣେ ନାବାଳିକାକୁ ସାଇକଲରେ ବସାଇ ଚାଉଳ ଆଣିବା ପାଇଁ ପଞ୍ଚାୟତ ଅଫିସ୍‌କୁ ଯାଉଥିଲେ। ବାଟରେ ଏକ ନିଛାଟିଆ ଜାଗାରେ ଓହ୍ଲାଇ ଯୌନ ନିର୍ଯାତନା ଦେବା ସହ ଅଭଦ୍ର ଭାଷାରେ ଗାଳିଗୁଲଜ କରିଥିଲେ। ଏ ନେଇ ନାବାଳିକାଙ୍କ ପରିବାର ପକ୍ଷରୁ ଭବାନୀପାଟଣା ସଦର ଥାନାରେ ଏତଲା ହୋଇଥିଲା। ପୁଲିସ ଏସ୍‌ଆଇ ସଚିନ୍ଦ୍ର ପ୍ରଧାନ ଘଟଣାର ତଦନ୍ତ କରି ସୁଧୀରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଗୁରୁବାର ପୋକ୍ସୋ କୋର୍ଟର ସ୍ୱତନ୍ତ୍ର ଜଜ୍‌ ଶ୍ରୀ ମହାନ୍ତି ମାମଲାର ଶୁଣାଣି କରି ଅଭିଯୁକ୍ତ ସୁଧୀରଙ୍କୁ ୨ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରୀ ଓକିଲ ରୋହିତ ମିଶ୍ର ପରିଚାଳନା କରିଥିଲେ। ପୀଡ଼ିତାଙ୍କୁ ଦେଢ଼ ଲକ୍ଷ ଟଙ୍କା କ୍ଷତିପୂରଣ ପାଇଁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe