Image Courtesy of India Today
ଟିଟିଲାଗଡ଼: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଅତିରିକ୍ତ ଜିଲ୍ଲା ଦୌରା ଏବଂ ସେସନ ଜଜ୍ ସନ୍ଦୀପ ପଟ୍ଟନାୟକ ଏକ ଦୁଷ୍କର୍ମ ମାମଲାର ବିଚାର କରି ଅଭିଯୁକ୍ତ ସ୍ବର୍ଣ୍ଣରାଜା ଦୀପକୁ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସୂଚନା ଅନୁଯାୟୀ, ୨୦୧୮ ଅଗଷ୍ଟ ୧୦ ତାରିଖ ସଇନ୍ତଲା ଥାନା ଅନ୍ତର୍ଗତ ବିବିନା ଗ୍ରାମର ଅଭିଯୁକ୍ତ ସ୍ବର୍ଣ୍ଣରାଜା ବଳପୂର୍ବକ ଜଣେ ଯୁବତୀଙ୍କୁ ବଳାତ୍କାର କରିବା ସହ ଏକଥା ପ୍ରଘଟ କଲେ ଜୀବନରେ ମାରି ଦେବାକୁ ଧମକ ଦେଇଥିଲା। ଘଟଣାକୁ ନେଇ ସଇନ୍ତଲା ଥାନାରେ ଅଭିଯୋଗ ପରେ ପୁଲିସ୍ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଥିଲା।
ତେବେ ମାମଲାରେ ୧୪ ଜଣ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ବିଚାରପତି ଅଭିଯୁକ୍ତକୁ ଦଶ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୨୫ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ ଅତିରିକ୍ତ ୬ ମାସ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଅଭିଯୁକ୍ତ ପୂର୍ବରୁ ଜାମିନରେ ଥିବା ବେଳେ ଆଜି କୋର୍ଟଙ୍କ ରାୟ ପ୍ରକାଶ ପରେ ଟିଟିଲାଗଡ଼ ଉପକାରାଗାରକୁ ପଠାଇ ଦିଆଯାଇଛି। ସରକାରୀ ଓକିଲ ରାଧାକାନ୍ତ ପାଢ଼ୀ ଓ ରବୀନ୍ଦ୍ର ନାରାୟଣ ଭୋଇ ମାମଲା ପରିଚାଳନା କରୁଥିଲେ।
Follow Us