ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ, ୫୦ ହଜାର ଜରିମାନା 

Advertisment
ଯୌତୁକଜନିତ ନିର୍ଯାତନାରୁ ମୃତ୍ୟୁ: ସ୍ବାମୀଙ୍କ ସହ ଶ୍ବଶୁର-ଶାଶୂଙ୍କୁ ୧୦ ବର୍ଷ ଲେଖାଏ ଜେଲ୍

Photo: Representation

ବଲାଙ୍ଗୀର: ନାବାଳିକା ଦୁଷ୍କର୍ମକାରୀକୁ ଦୋଷୀ ସାବ୍ୟସ୍ତ କରି ତାକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି ବଲାଙ୍ଗୀର ପୋକ୍ସୋ ବିଚାରପତି ଗୋପବନ୍ଧୁ ଗଡ଼ନାୟକ। ଆଜି ଏକ ରାୟ ପ୍ରକାଶ କରି ଶ୍ରୀ ଗଡ଼ନାୟକ ଦୁଷ୍କର୍ମକାରୀକୁ ଉପରୋକ୍ତ ରାୟ ଶୁଣାଇବା ସହିତ ୫୦ ହଜାର ଅର୍ଥଦଣ୍ଡାଦେଶ ଓ ଅର୍ଥ ଅନାଦେୟେ ଅଧିକ ୨ ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି।

ମାମଲାର ବିବରଣୀରୁ ଜଣାଯାଇଛି ଯେ, ୨୦୧୯ ଏପ୍ରିଲ ୨୪ ତାରିଖରେ ଟିଟିଲାଗଡ଼ ଥାନା ଅନ୍ତର୍ଗତ ଦରଲୁ ଗ୍ରାମର ରୁମାଞ୍ଚଳ ବନଛୋର (୨୪) ଜଣେ ୧୪ ବର୍ଷିୟା ନାବାଳିକାକୁ ଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ୩୭୬ (୩) ଓ ପୋକ୍ସୋ. ଧାରା ୪ ଅନୁଯାୟୀ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିଲେ। ବିଚାରପତି ମାମଲାର ଶୁଣାଣି କରି ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତି କରି ତାଙ୍କ ରାୟ ପ୍ରକାଶ କରିଥିବା ବେଳେ ପୀଡ଼ିତାକୁ ୪ ଲକ୍ଷ ଟଙ୍କା ସହାୟତା ପ୍ରଦାନ ପାଇଁ ଡିଏଲ୍ଏସିକୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରୀ ଓକିଲ ପ୍ରିୟରଞ୍ଜନ ବହିଦାର ଏହି ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe