ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲା: ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍‌, ୨୦ ହଜାର ଟଙ୍କା ଜରିମାନା 

ଯୌତୁକଜନିତ ନିର୍ଯାତନାରୁ ମୃତ୍ୟୁ: ସ୍ବାମୀଙ୍କ ସହ ଶ୍ବଶୁର-ଶାଶୂଙ୍କୁ ୧୦ ବର୍ଷ ଲେଖାଏ ଜେଲ୍

Photo: Representation

ଫୁଲବାଣୀ: ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାର ଏକ ବିଚାରଣ କରି ବୁଧବାର ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ ଏବଂ ସ୍ଵତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ସଞ୍ଜିତ କୁମାର ବେହେରା ଦୁଷ୍କର୍ମକାରୀ ଅଶୋକ ଓରଫ ଆଶିଷ କୁମାର ନାୟକକୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୨୦ ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ଦୁଷ୍କର୍ମକାରୀକୁ ଆଉ ଅଧିକ ୬ ମାସ ଅଧିକ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ବିଚାରପତି ନିଜ ରାୟରେ ପ୍ରକାଶ କରିଛନ୍ତି।

ମାମଲାର ବିବରଣୀରୁ ଜଣାଯାଏ ଯେ, ୨୦୨୦ ଜାନୁଆରି ୧୨ ତାରିଖ ଦିନ ୭ ଘଣ୍ଟା ସମୟରେ ନାବାଳିକା ଜଣକ ବଜାର କାମରେ ଯାଇଥିବା ବେଳେ ସେଠାରେ  ଏକୁଟିଆ ସୁଯୋଗ ନେଇ ଆଶିଷ କୁମାର ନାୟକ ବଳପୂର୍ବକ କେଉଁ ଆଡ଼େ ନେଇଯାଇଥିଲା ଏବଂ ସମସ୍ତଙ୍କୁ ପୀଡ଼ିତାକୁ ବିବାହ କରିଥିବା କଥା ପ୍ରଚାର କରିଥିଲା। କୌଣସି ସୂତ୍ରରୁ ପୀଡ଼ିତା ପରିବାର ଖବର ପାଇ କ ନୂଆଗାଁ ଥାନାରେ ଏତଲା ଦେଇଥିଲେ। ଆହୁରି ମଧ୍ୟ ପରିବାର ଲୋକେ ଶୁଣିବାକୁ ପାଇଲେ ଅଭିଯୁକ୍ତ ପୀଡ଼ିତାକୁ ଡରାଇ ଧମକାଇ ତୁ ମୋତେ ବିବାହ ନକଲେ ତୋତେ ଜୀବନରେ ମାରିଦେବି ଏବଂ ତୋର ପରିବାରକୁ ଛାରଖାର କରିଦେବି ବୋଲି ଧମକ ଦେଇଥିବା ଲିଖିତ ଅଭିଯୋଗ କରିଥିଲେ।

ଅଭିଯୋଗ ପ୍ରକାରେ  ଥାନା କେଶ୍ ନମ୍ବର ୦୩/୨୦ ରେ ଏକ ମାମଲା ପୋସ୍କୋ ଆଇନ ଅନୁସାରେ ରୁଜ୍ଜୁ କରିବା ସହିତ ଆଶିଷକୁ କୋର୍ଟରେ ହାଜର କରାଇଥିଲା। ସେହି ମାମଲାରର ବିଚାରଣ କରି ବିଚାରପତି ଉପରୋକ୍ତ ରାୟ ଶୁଣାଇଛନ୍ତି । ଅତିରିକ୍ତ ଦୌରାଜଜ ଘଟଣାର ୧୫ ଜଣ ସାକ୍ଷୀ, ଡାକ୍ତରୀ ରିପୋର୍ଟ ଏବଂ ସାକ୍ଷୀ ପ୍ରମାଣ ଆଧାରରେ ମାମଲାର ଶୁଣାଣି କରିଛନ୍ତି। ସରକାରଙ୍କ ପକ୍ଷରୁ ମାମଲାକୁ ସ୍ୱତନ୍ତ୍ର ପୋସ୍କୋ କୋର୍ଟର ସ୍ଵତନ୍ତ୍ର ପିପି ଅସୀମ ପ୍ରହରାଜ ପରିଚାଳନା କରୁଥିଲେ। ଏଥି ସହିତ ଏହି ମାମଲାରେ ପୀଡିତାର ପରିବାରକୁ ଆଇନସେବା ପ୍ରାଧିକରଣ ତରଫରୁ ୬ ଲକ୍ଷ ଟଙ୍କା କ୍ଷତି ପୂରଣ ରାଶି ଯୋଗାଇ ଦେବାଲାଗି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe