ନାବାଳିକା ଦୁଷ୍କର୍ମକାରୀକୁ ୫ ବର୍ଷ ଜେଲ୍

ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍

Image Courtesy of India Today

ଫୁଲବାଣୀ: ଆଜି ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ତଥା ପକ୍‌ସୋ କୋର୍ଟ ବିଚାରପତି ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଅଭିଯୁକ୍ତ ମନୋଜ ଦେହୁରୀକୁ ଦୋଷୀ ସାବ୍ୟସ୍ତ କରିବା ସହ ୫ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଏହା ସହ ସହ ୮ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ରହିଲେ ଅଧିକ ୬ ମାସ ଜେଲ୍‌ ଦଣ୍ଡ ଭୋଗିବାକୁ କୋର୍ଟ ରାୟରେ ଉଲ୍ଲେଖ କରିଛନ୍ତି।

୨୦୨୦ ମସିହା ଜୁଲାଇ ମାସରେ ଖଜୁରୀପଡ଼ା ଥାନା ଅଞ୍ଚଳର ଅଭିଯୁକ୍ତ ମନୋଜ ଦେହୁରୀ (୨୮) ଜଣେ ୧୦ ବର୍ଷୀୟା ନାବାଳିକାକୁ ଘରେ କେହି ନଥିବା ବେଳେ ତା' ସହ ଦୁଷ୍କର୍ମ କରିଥିଲା। ନାବାଳିକାର ପରିବାର ଲୋକେ ଏକଥା ଜାଣିବା ପରେ ଖଜୁରୀପଡ଼ା ଥାନାରେ ଏତଲା ଦେଇଥିଲେ। ପୁଲିସ ମାମଲା (ନଂ ୬୯/୨୭.୭.୨୦୨୦) ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଥିଲା। ଆଜି ଏହି ମାମଲାର ବିଚାର କରି ପକ୍‌ସୋ କୋର୍ଟ ବିଚାରପତି ସଞ୍ଜିତ ବେହେରା ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି। ଏହି ମାମଲାରେ ପୀଡ଼ିତାକୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାଟିକୁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ଅସୀମ ପ୍ରହରାଜ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe