ପୁରୀ ଏସ୍‌ପି ଉମାଶଙ୍କର ଦାଶଙ୍କ ନିର୍ଦ୍ଦେଶକ୍ରମେ ଦୁଷ୍କର୍ମ ଅଭିଯୁକ୍ତ ଏଏସ୍‌ଆଇ ଗିରଫ

Advertisment
ହୋଲିରେ ଲଜ୍ୟା : ଜୟପୁରରେ ନାବାଳିକାଙ୍କୁ ଗଣବଳାତ୍କାର, ନାବାଳକ ସହ ୨ ଗିରଫ

valleycentral.com

ବଳଙ୍ଗା/ପିପିଲି: ଜଣେ ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ବଳଙ୍ଗା ଥାନାରେ କାର୍ଯ୍ୟରତ ଏଏସ୍‌ଆଇ ଚିତ୍ତରଞ୍ଜନ ଦାଶଙ୍କୁ ଆଜି ଗିରଫ କରାଯାଇଛି। ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ବଳଙ୍ଗା ଥାନାରେ ମାମଲା ମଧ୍ୟ ରୁଜୁ ହୋଇଛି। ଏହି ଘଟଣା ଆଜି ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଦୁଷ୍କର୍ମ ଅଭିଯୋଗ ପରେ ଚିତ୍ତରଞ୍ଜନଙ୍କୁ ଗତକାଲିଠାରୁ ଥାନାରେ ଅଟକ ରଖାଯାଇଥିଲା। ପୁରୀ ଏସ୍‌ପି ଉମାଶଙ୍କର ଦାଶଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଏସ୍‌ପି ଅରୁଣ ପଣ୍ତା ଓ ପିପିଲି ଏସ୍‌ଡିପିଓ ଦେବଦତ୍ତ ବରାଳ ଆଜି ବଳଙ୍ଗା ଥାନାରେ ପହଞ୍ଚି ଅଟକ ଏଏସ୍‌ଆଇ ଓ ପୀଡିତାଙ୍କୁ ପଚରାଉଚରା କରିଥିଲେ। ଉଭୟଙ୍କ ଜମାନବନ୍ଦୀ ଗ୍ରହଣ କରିବା ପରେ ଉଭୟଙ୍କୁ ଡାକ୍ତରୀମାଇନା ପାଇଁ ପୁରୀ ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଥିଲା। ଡାକ୍ତରୀ ମାଇନା ରିପୋର୍ଟ ମିଳିବା ପରେ ଅଭିଯୁକ୍ତ ଏଏସ୍‌ଆଇଙ୍କୁ ଗିରଫ କରାଯାଇଛି ବୋଲି ବଳଙ୍ଗା ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ପ୍ରକାଶ କରିଛନ୍ତି। ଏକ ମାମଲାର ରଫାଦଫା ନିମନ୍ତେ ଅଭିଯୁକ୍ତ ଏଏସ୍‌ଆଇ ପୀଡ଼ିତାଙ୍କୁ ନିଜେ ରହୁଥିବା ଏକ ଭଡ଼ାଘରକୁ ଡକାଇ ଗତ ୩ ମାସ ତଳେ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା। ଗତକାଲି ଏ ସମ୍ପର୍କରେ ପୀଡିତା ପିପିଲି ଏସ୍‌ଡିପିଓଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ପରେ ଘଟଣାଟି ପଦାକୁ ଆସିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe