ବିରଳ ସହସ୍ରଦଳ କମଳ: ରୋପଣର ବର୍ଷକ ପରେ କଢ଼ ଆସିଲା, ୨ ସପ୍ତା‌ହରେ ଫୁଲ ଫୁଟିଲା

Advertisment
ବିରଳ ସହସ୍ରଦଳ କମଳ: ରୋପଣର ବର୍ଷକ ପରେ କଢ଼ ଆସିଲା, ୨ ସପ୍ତା‌ହରେ ଫୁଲ ଫୁଟିଲା

ବଡ଼ବିଲ: କେନ୍ଦୁଝର ଜିଲ୍ଲା ବଡ଼ବିଲରେ ବିରଳ ୧୦୦୦ ପାଖୁଡ଼ା ବିଶିଷ୍ଟ ପଦ୍ମଫୁଲ ବା ସହସ୍ରଦଳ କମଳ ଫୁଟିଛି। ବଡ଼ବିଲ ସହର ପିଏଚଡି ସ୍ଥିତ ଐକ୍ୟକ୍ଷେତ୍ର ବଗିଚାରେ ଏହି ଅସାଧାରଣ ଫୁଲ ଫୁଟିଛି। ଏହି ବିରଳ ପଦ୍ମ ଫୁଲ ଲୋକଙ୍କୁ ଆକର୍ଷିତ କରୁଛି। ପ୍ରକୃତିପ୍ରେମୀ ତଥା ସମାଜସେବୀ ବିଜୟ ମହାନ୍ତିଙ୍କ ତତ୍ବାବଧାନରେ ଏହି ପଦ୍ମଫୁଲ ଫୁଟିପାରିଛି।

ବିଦେଶରୁ ଆମଦାନୀ ହୋଇଥିବା ଏହି ପଦ୍ମର କନ୍ଦା(ମୂଳ)କୁ ପ୍ରକୃତିପ୍ରେମୀ ବିଜୟ ମହାନ୍ତି ପ୍ରାୟ ଏକ ବର୍ଷ ପୂର୍ବେ କୋଲକୋତାରୁ ଆଣିଥିଲେ। ଗତ ବର୍ଷ ସେ କନ୍ଦା ରୋପଣ କରିଥିଲେ। ଏକ ଡ୍ରମରେ ପାଣି ଓ ମାଟି ମିଶାଇ ପଙ୍କ ସୃଷ୍ଟି କରି କନ୍ଦାଟି ଲଗାଇ ଥିଲେ। ପାଖାପାଖି ଏକ ବର୍ଷ ପରେ ଏଥିରେ କଢ଼ ଧରିଥିଲା। କଢ଼ରୁ ଫୁଲରେ ପରିଣତ ହେବାକୁ ଏହାକୁ ପ୍ରାୟ ଦୁଇ ସପ୍ତାହ ଲାଗିଗଲା। ଏହି ପଦ୍ମର ରଙ୍ଗ ଗୋଲାପୀ ରଂଗ। ଅନ୍ୟ ପଦ୍ମ ଫୁଲ ଭଳି ଆକାର କିନ୍ତୁ ପାଖୁଡ଼ା ସଂଖ୍ୟା ହଜାରେ  ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe