ଏସସିବି ପ୍ଲାଷ୍ଟିକ ସର୍ଜରି ବିଭାଗରେ ବିରଳ ଅସ୍ତ୍ରୋପଚାର: କଟିଯାଇଥିବା ଗୁପ୍ତାଙ୍ଗ ଯୋଡ଼ାହେଲା

Advertisment
ଏସସିବି ପ୍ଲାଷ୍ଟିକ ସର୍ଜରି ବିଭାଗରେ ବିରଳ ଅସ୍ତ୍ରୋପଚାର: କଟିଯାଇଥିବା ଗୁପ୍ତାଙ୍ଗ ଯୋଡ଼ାହେଲା

କଟକ: ବାଲେଶ୍ବର ଜିଲ୍ଲା ରେମୁଣା ଥାନା ଅନ୍ତର୍ଗତ ବିମ୍ବରିଆ ଗ୍ରାମର ବଳରାମ ସିଂହ ନିଜର ମାନସିକ ଭାରସାମ୍ୟ ହରାଇ ବିବାହର ଦୁଇ ଦିନ ପରେ ଗତ ଜାନୁଆରି ୨୦ ତାରିଖ ରାତିରେ ନିଜର ଗୁପ୍ତାଙ୍ଗକୁ ଛେଦନ କରିଥିଲେ। ପରିବାର ଲୋକେ ବଳରାମ ଏବଂ ତାଙ୍କ ଗୁପ୍ତାଙ୍ଗକୁ ନେଇ ତା’ପରଦିନ କଟକର ଏସସିବି ଆଶୁଚିକିତ୍ସା ବିଭାଗରେ ପହଞ୍ଚିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ପ୍ଲାଷ୍ଟିକ ସର୍ଜରି ବିଭାଗରେ ଭର୍ତ୍ତି କରାଯାଇ ତୁରନ୍ତ ଅସ୍ତ୍ରୋପଚାର କରାଯାଇଥିଲା। ପ୍ରଫେସର ଡାକ୍ତର ବିଭୂତି ଭୂଷଣ ନାୟକଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଦଳ ପ୍ରାୟ ୫ ଘଣ୍ଟା ଅସ୍ତ୍ରୋପଚାର କରି ରୋଗୀଙ୍କ କଟା ଗୁପ୍ତାଙ୍ଗକୁ ପୁଣି ଥରେ ଯୋଡ଼ିଥିଲେ।

ବର୍ତ୍ତମାନ ରୋଗୀଙ୍କ ଗୁପ୍ତାଙ୍ଗ ସମ୍ପୂର୍ଣ୍ଣ ସୁସ୍ଥ ଏବଂ କାର୍ଯ୍ୟକ୍ଷମ ଅଛି। ଏଥିପାଇଁ ରୋଗୀ ଓ ତାଙ୍କ ପରିବାର ଲୋକେ ଖୁସି ମଧ୍ୟ ଅଛନ୍ତି। ଏଭଳି ଅସ୍ତ୍ରୋପଚାର ଏସସିବିରେ ପ୍ରଥମ ଥର ପାଇଁ କରାଯାଇଛି। ଉକ୍ତ ଅସ୍ତ୍ରୋପଚାରରେ ପ୍ରଫେସର ବିଭୂତି ଭୂଷଣ ନାୟକଙ୍କ ସମେତ ଡାକ୍ତର ପ୍ରଶାନ୍ତ ବଳ, ଡାକ୍ତର ରଶ୍ମିରଞ୍ଜନ ମହାନ୍ତି, ଡାକ୍ତର ମହେଶ କୁମାର ମଣ୍ଡଳ, ଡାକ୍ତର ବିଷ୍ଣୁପଦ ନାୟକ, ଡାକ୍ତର ଆଶିଷ ପଟ୍ଟନାୟକ, ଡାକ୍ତର ପିସଫକ ଏହମଦ, ଡାକ୍ତର ତନ୍ମୟ ମହାପାତ୍ର, ଡାକ୍ତର ଇସାନ ଅଗ୍ନିହୋତ୍ରୀ ଏବଂ ଆସୋସିଏଟ ପ୍ରଫେସର ଡାକ୍ତର ସିଦ୍ଧାର୍ଥ ରାଉତରାୟ ଉପସ୍ଥିତ ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe