Advertisment

Pediatric doctor: ଶିଶୁଭବନ ଡାକ୍ତରଙ୍କ ବିରଳ ସଫଳତା: ଅସ୍ତ୍ରୋପଚାର ବିନା ଶ୍ବାସନଳୀରୁ ବାହାରିଲା ଚକୋଲେଟ୍‌ ଜରି

Advertisment

ପଶ୍ଚିମବଙ୍ଗରୁ ଶିଶୁଭବନକୁ ଆସିଥିବା ଜଣେ ଶିଶୁକନ୍ୟାର ଶ୍ବାସନଳୀରୁ ବ୍ରୋଙ୍କୋସ୍କୋପି ମାଧ୍ୟମରେ ଚକୋଲେଟ୍ ଜରି କଢ଼ାଯାଇଛି। ଏକ ମାସ ଧରି ଶ୍ବାସନଳୀରେ ଫସିରହିଥିବା ଏହି ଜରି ପଶ୍ଚିମବଙ୍ଗରେ ଡାକ୍ତରୀ ଟିମ୍‌ ଦ୍ବାରା କଢ଼ାଯିବା ସମ୍ଭବପର ହେଲାନାହିଁ।

ପଶ୍ଚିମବଙ୍ଗରୁ ଶିଶୁଭବନକୁ ଆସିଥିବା ଜଣେ ଶିଶୁକନ୍ୟାର ଶ୍ବାସନଳୀରୁ ବ୍ରୋଙ୍କୋସ୍କୋପି ମାଧ୍ୟମରେ ଚକୋଲେଟ୍ ଜରି କଢ଼ାଯାଇଛି। ଏକ ମାସ ଧରି ଶ୍ବାସନଳୀରେ ଫସିରହିଥିବା ଏହି ଜରି ପଶ୍ଚିମବଙ୍ଗରେ ଡାକ୍ତରୀ ଟିମ୍‌ ଦ୍ବାରା କଢ଼ାଯିବା ସମ୍ଭବପର ହେଲାନାହିଁ।

sisubhawan

କଟକ: ପଶ୍ଚିମବଙ୍ଗରୁ ଶିଶୁଭବନକୁ ଆସିଥିବା ଜଣେ ଶିଶୁକନ୍ୟାର ଶ୍ବାସନଳୀରୁ ବ୍ରୋଙ୍କୋସ୍କୋପି ମାଧ୍ୟମରେ ଚକୋଲେଟ୍ ଜରି କଢ଼ାଯାଇଛି। ଏକ ମାସ ଧରି ଶ୍ବାସନଳୀରେ ଫସିରହିଥିବା ଏହି ଜରି ପଶ୍ଚିମବଙ୍ଗରେ ଡାକ୍ତରୀ ଟିମ୍‌ ଦ୍ବାରା କଢ଼ାଯିବା ସମ୍ଭବପର ହେଲାନାହିଁ। ଶେଷରେ ଶିଶୁଭବନରେ ପହଞ୍ଚିବା ପରେ ମାତ୍ର ଏକ ଘଣ୍ଟା ମଧ୍ୟରେ ଶିଶୁକନ୍ୟାର ଶ୍ବାସନଳୀରୁ ଏହାକୁ ଡାକ୍ତରୀ ଟିମ୍ ବିନା କୌଣସି ଅସ୍ତ୍ରୋପଚାରରେ ବ୍ରୋଙ୍କୋସ୍କୋପି ମାଧ୍ୟମରେ କାଢ଼ିଛନ୍ତି। 

ଏଯାଏଁ ୪୨ ଶିଶୁଙ୍କ ଶ୍ବାସନଳୀରୁ ବାହାରିଲାଣି ବିଭିନ୍ନ ସାମଗ୍ରୀ

ଶିଶୁଭବନ ଡାକ୍ତରଙ୍କ ବିରଳ ସଫଳତା

JDGDGJBCNBN

ପଶ୍ଚିମବଙ୍ଗ ମେଦିନାପୁର ଜିଲ୍ଲା ଭଗବାନପୁରର ମୁଜାହିଦ ମଲ୍ଲିକଙ୍କ ୩ ବର୍ଷ ୪ ମାସର ଶିଶୁକନ୍ୟାର ଗଲା ଫେବ୍ରୁଆରି ୨ରେ ଖାଇବା ସମୟରେ ହଠାତ୍‌ କାଶ ହୋଇଥିଲା। ଏହି ସମୟରେ ତଣ୍ଟିରେ କିଛି ଲାଗିଥିବା ସନ୍ଦେହରେ ମା’ ତଣ୍ଟିରେ ଆଙ୍ଗୁଠି ପୂରାଇଥିଲେ। ତଣ୍ଟିରେ ଆଙ୍ଗୁଠି ପୁରାଇବା ପରେ ଶିଶୁଟି ଅଧିକ କାଶିବା ସହିତ ରକ୍ତ ବାହାରିଥିଲା।  ଶିଶୁଟିକୁ ତୁରନ୍ତ ନିକଟସ୍ଥ ଏକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଏକ୍ସରେ କରାଯିବା ସହିତ ଡାକ୍ତର ଚିକିତ୍ସା କରି ଘରକୁ ଛାଡ଼ିଥିଲେ। କିନ୍ତୁ ଏହି ଲକ୍ଷଣରେ କୌଣସି ପରିବର୍ତ୍ତନ ହୋଇନଥିଲା। ଡାକ୍ତର ଶିଶୁଟିକୁ ନେବୁଲାଇଜର ଦେବାକୁ ପରାମର୍ଶ ଦେଇଥିଲେ। ତଥାପି କିଛି ସୁଫଳ ନ ମିଳିବାରୁ ପ୍ରଥମେ କୋଲକାତାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ବ୍ରୋଙ୍କୋସ୍କୋପି ମାଧ୍ୟମରେ ଅସ୍ତ୍ରୋପଚାର କରିବା ସମ୍ଭବପର ନ ହେବାରୁ କଟକ ଶିଶୁଭବନରେ ଫେବ୍ରୁଆରି ୨୬ରେ ଭର୍ତ୍ତି କରାଯାଇଥିଲା। ଏହି ଶିଶୁକୁ ପିକୁ ୱାର୍ଡରେ ଭର୍ତ୍ତି କରାଯାଇଥିଲା। ୨୭ ତାରିଖରେ ବ୍ରୋଙ୍କୋସ୍କୋପି ମାଧ୍ୟମରେ ଶିଶୁର ଶ୍ବାସନଳୀରୁ ଏକ ଚକୋଲେଟ୍‌ ଜରି ମିଳିଥିଲା। ଭୋକାଲ୍ କଡ୍ ନିକଟରେ ଜରି ଫସି ରହିଥିବା ଜଣାପଡ଼ିଥିଲା। ଡାକ୍ତରୀ ଟିମ୍ ବିନା କୌଣସି ଅସ୍ତ୍ରୋପଚାରରେ ଏହାକୁ ସଫଳତାର ସହିତ ବାହାରକୁ କାଢ଼ିଥିଲେ। ଏହି ଜରି ଠିକ୍‌ ସମୟରେ କଢ଼ାଯାଇ ନ ଥିଲେ ଜୀବନ ଯିବାର ଆଶଙ୍କା ଥିଲା। ଏଭଳି ବିରଳ ଚିକିତ୍ସାରେ ପେଡିଆଟ୍ରିକ୍‌ ଆଇସିୟୁ ଇନ୍‌ଚାର୍ଜ ତଥା ପେଡିଆଟ୍ରିକ୍‌ ମେଡିସିନ୍ ବିଭାଗର ପ୍ରଫେସର ଡାକ୍ତର ବିଜୟ କୁମାର ମେହେରଙ୍କ ସମେତ ଆସିଷ୍ଟାଣ୍ଟ ପ୍ରଫେସର ମୃତ୍ୟୁଞ୍ଜୟ ରାଉତରାୟ, ସିନିୟର ରେସିଡେଣ୍ଟ ଡାକ୍ତର ବିବେକ ମହାପାତ୍ର ପ୍ରମୁଖ ସାମିଲ ହୋଇଥିଲେ। ଶିଶୁକନ୍ୟା ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ତାକୁ ଶିଶୁଭବନରୁ ଛଡ଼ାଯାଇଛି। ଅନ୍ୟପଟେ ଏହି ବ୍ରୋଙ୍କୋସ୍କୋପି ମାଧ୍ୟମରେ ବର୍ତ୍ତମାନ ସୁଦ୍ଧା ଶିଶୁଭବନରେ ୪୨ ଜଣ ଶିଶୁଙ୍କ ଶ୍ବାସନଳୀରୁ ବିଭିନ୍ନ ବାହ୍ୟ ସାମଗ୍ରୀ କଢ଼ାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe