ଏମ୍‌କେସିଜିରେ ବିରଳ ଅସ୍ତ୍ରୋପଚାର: ଖାଦ୍ୟନଳୀରୁ ବାହାରିଲା ୨୩ ସେମିର ଦାନ୍ତକାଠି

Advertisment

ଏମ୍‌କେସିଜିରେ ଏକ ବିରଳ ଅସ୍ତ୍ରୋପଚାର ସଫଳତାର ସହ ଶେଷ ହୋଇଛି। ଏମ୍‌କେସିଜି ବଡ଼ଡାକ୍ତରଖାନା ଇଏନ୍‌ଟି ବିଭାଗୀୟ ମୁଖ୍ୟ ଡା. ସଞ୍ଜିତ କୁମାର ମିଶ୍ରଙ୍କ ନେତୃତ୍ବରେ ଜଣେ ବୃଦ୍ଧଙ୍କ ଖାଦ୍ୟନଳୀ‌ରୁ ୨୩ ସେମିର ଏକ ଦାନ୍ତକାଠିକୁ ଅସ୍ତ୍ରୋପଚାର ଜରିଆରେ ବାହାର କରାଯାଇଛି।

ଏମ୍‌କେସିଜିରେ ଏକ ବିରଳ ଅସ୍ତ୍ରୋପଚାର ସଫଳତାର ସହ ଶେଷ ହୋଇଛି। ଏମ୍‌କେସିଜି ବଡ଼ଡାକ୍ତରଖାନା ଇଏନ୍‌ଟି ବିଭାଗୀୟ ମୁଖ୍ୟ ଡା. ସଞ୍ଜିତ କୁମାର ମିଶ୍ରଙ୍କ ନେତୃତ୍ବରେ ଜଣେ ବୃଦ୍ଧଙ୍କ ଖାଦ୍ୟନଳୀ‌ରୁ ୨୩ ସେମିର ଏକ ଦାନ୍ତକାଠିକୁ ଅସ୍ତ୍ରୋପଚାର ଜରିଆରେ ବାହାର କରାଯାଇଛି।

dgdadd

ବ୍ରହ୍ମପୁର: ଏମ୍‌କେସିଜିରେ ଏକ ବିରଳ ଅସ୍ତ୍ରୋପଚାର ସଫଳତାର ସହ ଶେଷ ହୋଇଛି। ଏମ୍‌କେସିଜି ବଡ଼ଡାକ୍ତରଖାନା ଇଏନ୍‌ଟି ବିଭାଗୀୟ ମୁଖ୍ୟ ଡା. ସଞ୍ଜିତ କୁମାର ମିଶ୍ରଙ୍କ ନେତୃତ୍ବରେ ଜଣେ ବୃଦ୍ଧଙ୍କ ଖାଦ୍ୟନଳୀ‌ରୁ ୨୩ ସେମିର ଏକ ଦାନ୍ତକାଠିକୁ ଅସ୍ତ୍ରୋପଚାର ଜରିଆରେ ବାହାର କରାଯାଇଛି।ଅସ୍ତ୍ରୋପଚାରଟି ଅତି ଆହ୍ବାନପୂର୍ଣ୍ଣ ରହିଥିଲା ବୋଲି ଡା. ମିଶ୍ର ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ୍‌ ନାଟଙ୍ଗା ଗ୍ରାମର କାମରାଜୁ ନାୟକ (୭୦) ଗତ ବୁଧବାର ଦିନ ସକାଳୁ ଦାନ୍ତ ଘଷୁଥିବା ବେଳେ ଅସାବଧାନ ବଶତଃ ଦାନ୍ତକାଠିକୁ ଗିଳି ଦେଇଥିଲେ। ଏନେଇ ସେ ପରିବାର ଲୋକଙ୍କୁ ଜଣାଇଥିଲେ। ତେବେ ଏଭଳି କଥାକୁ କେହି ବି ବିଶ୍ବାସ କରିନଥିଲେ। ପରବର୍ତ୍ତୀ ସମୟରେ କାମରାଜୁଙ୍କ ଖାଦ୍ୟ ଖାଇବା ଠାରୁ ଆରମ୍ଭ କରି ଦୈନନ୍ଦିନ କାମରେ ଅନେକ ସମସ୍ୟା ଉପୁଜିବା ପରେ  ପରିବାର ଲୋକେ ତାଙ୍କ କଥାକୁ ଗୁରୁତ୍ବ ଦେଇ ପ୍ରଥମେ ଭଞ୍ଜନଗର ଡାକ୍ତରଖାନାକୁ ନେଇଥିଲେ। ଖାଦ୍ୟ ଖାଇପାରୁନଥିବା ଯୋଗୁଁ  ଏକ ସପ୍ତାହ ଧରି ସେ କେବଳ ତରଳ ଖାଦ୍ୟ ଖାଇ ରହୁଥିଲେ। ଭଞ୍ଜନଗର ଡାକ୍ତରଖାନା ଏଥିରେ ସଫଳ ନହେବାରୁ ପରିବାର ଲୋକେ ଗତକାଲି ଏମ୍‌କେସିଜିର ଇଏନ୍‌ଟି ବିଭାଗରେ ଭର୍ତ୍ତି କରିଥିଲେ। 

ବିଭାଗୀୟ ମୁଖ୍ୟ ଡା. ସଞ୍ଜିତ କୁମାର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆବଶ୍ୟକ ପରୀକ୍ଷା କରାଯାଇଥିଲା। ଖାଦ୍ୟନଳୀରେ ଦାନ୍ତକାଠି ରହିଥିବା ସ୍ପଷ୍ଟ ହୋଇଥିଲା। ଆଜି ସକାଳୁ ଡା. ମିଶ୍ରଙ୍କ ନେତୃତ୍ବରେ ଡା. ସରିତା ଦାସ, ଡା. ପ୍ରବୀର କେଶରୀ ପ୍ରଧାନ, ଡା. ସ୍ୱାତୀ ସ୍ୱରୂପ, ଡା. ସରିତା ମାରାଣ୍ଡି, ନିଶ୍ଚେତକ ବିଭାଗର ଡା. ବିପିନ ମଲ୍ଲିକ, ଡା. ଅନୂପ ହରିଚନ୍ଦନଙ୍କ ଟିମ ଏକ ଘଣ୍ଟା ଅକ୍ଲାନ୍ତ ପରିଶ୍ରମ କରି ଏସୋଫାଗୋସ୍କୋପ୍‌ ପଦ୍ଧତିରେ ଖାଦ୍ୟନଳୀରେ ଫସିଥିବା ଏହି ଦାନ୍ତକାଠିକୁ ବାହାର କରିଛନ୍ତି। ବର୍ତ୍ତମାନ ରୋଗୀ ସୁସ୍ଥ ରହିଥିବା ଏବଂ ଡାକ୍ତରୀ ଦଳର ନିରୀକ୍ଷଣରେ ରହିଥିବା ସୂଚନା ମିଳିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe