Advertisment

ଏମ୍‌କେସିଜିରେ ବିରଳ ଅସ୍ତ୍ରୋପଚାର: ନୂଆ ଜୀବନ ପାଇଲେ ଶାନ୍ତି

Advertisment

ଏମ୍‌କେସିଜି ବଡ଼ଡାକ୍ତରଖାନାରେ ଅସ୍ତ୍ରୋପଚାର ପରେ ନୂଆ ଜୀବନ ପାଇଛନ୍ତି ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଅଞ୍ଚଳର ଶାନ୍ତି ମହାରଣା। ପିଏମ୍‌ଏସ୍‌ଏସ୍‌ୱାଇ କୋଠାରେ ନ୍ୟୁରୋସର୍ଜରି ବିଭାଗର ମୁଖ୍ୟ ଡା. ରବିନାରାୟଣ ପଣ୍ଡାଙ୍କ ନେତୃତ୍ବରେ....

ଏମ୍‌କେସିଜି ବଡ଼ଡାକ୍ତରଖାନାରେ ଅସ୍ତ୍ରୋପଚାର ପରେ ନୂଆ ଜୀବନ ପାଇଛନ୍ତି ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଅଞ୍ଚଳର ଶାନ୍ତି ମହାରଣା। ପିଏମ୍‌ଏସ୍‌ଏସ୍‌ୱାଇ କୋଠାରେ ନ୍ୟୁରୋସର୍ଜରି ବିଭାଗର ମୁଖ୍ୟ ଡା. ରବିନାରାୟଣ ପଣ୍ଡାଙ୍କ ନେତୃତ୍ବରେ....

mkcg 3

ବ୍ରହ୍ମପୁର: ‌ଏମ୍‌କେସିଜି ବଡ଼ଡାକ୍ତରଖାନାରେ ଅସ୍ତ୍ରୋପଚାର ପରେ ନୂଆ ଜୀବନ ପାଇଛନ୍ତି ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଅଞ୍ଚଳର ଶାନ୍ତି ମହାରଣା। ପିଏମ୍‌ଏସ୍‌ଏସ୍‌ୱାଇ କୋଠାରେ ନ୍ୟୁରୋସର୍ଜରି ବିଭାଗର ମୁଖ୍ୟ ଡା. ରବିନାରାୟଣ ପଣ୍ଡାଙ୍କ ନେତୃତ୍ବରେ ଏହି ବିରଳ ଅସ୍ତ୍ରୋପଚାର ଦ୍ବାରା ମସ୍ତିଷ୍କରୁ ବାହାର କରାଯାଇଛି ୨୦୦ଗ୍ରାମ ଓଜନର ଏକ ଟ୍ୟୁମର୍‌। ସୂଚନା ଅନୁଯାୟୀ, ଶାନ୍ତିଙ୍କ ଶରୀରରେ ରହିଥିବା ଏହି ଟ୍ୟୁମର କାରଣରୁ ସେ ଅନ୍ୟମାନଙ୍କୁ ଠିକ୍‌ ରୂପେ ଚିହ୍ନି ପାରୁନଥିଲେ। ଅନେକ ସମୟରେ ଶୁଣିବାରେ ସମସ୍ୟା ହେଉଥିଲା।

ବିକୃତ ମସ୍ତିଷ୍କରେ ଆକ୍ରାନ୍ତ ରୋଗୀଙ୍କ ପରି ଶାନ୍ତି ବ୍ୟବହାର କରୁଥିଲେ। ମସ୍ତିଷ୍କରେ ମାଂସ ବଢ଼ିବା ପରେ ଅତ୍ୟନ୍ତ କଷ୍ଟକର ଜୀବନ ବଞ୍ଚୁଥିଲେ। ଗତ ୧୧ ତାରିଖରେ ସେ ଏମ୍‌କେସିଜିରେ ଭର୍ତ୍ତି ହେବା ପରେ ନ୍ୟୁରୋ ସର୍ଜରି ବିଭାଗ ମୁଖ୍ୟ ଡା. ପଣ୍ଡା ଚିକିତ୍ସା ଆରମ୍ଭ କରିଥିଲେ। ପରୀକ୍ଷା ପରେ ମସ୍ତିଷ୍କରେ ଟ୍ୟୁମର ଥିବା ଜଣାପଡ଼ିବା ପରେ ଗତ ୧୮ ତାରିଖରେ ଶାନ୍ତିଙ୍କ ଅସ୍ତ୍ରୋପଚାର କରାଯାଇଥିଲା। ଡା. ପଣ୍ଡାଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଦଳ ୮ ଘଣ୍ଟା ଧରି ଅସ୍ତ୍ରୋପଚାର କରି ମସ୍ତିଷ୍କରୁ ମାଂସପିଣ୍ଡୁଳା ବାହାର କରିବାରେ ସଫଳ ହୋଇଛନ୍ତି। ଏହାପରେ ଶାନ୍ତିଙ୍କୁ ଆଇସିୟୁରେ ରଖାଯାଇଥିଲା। ଆଜି ସେ ୱାର୍ଡକୁ ଆସିବା ସହ ସୁସ୍ଥ ଅନୁଭବ କରି କଥାବାର୍ତ୍ତା କରିପାରୁଛନ୍ତି। ଅସ୍ତ୍ରୋପଚାର କରିଥିବା ଡାକ୍ତର ଟିମ୍‌କୁ ସେ ସାଧୁବାଦ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe