ଏସ୍‌ସିବିରେ ବିରଳ ଅସ୍ତ୍ରୋପଚାର: ଛତିଶଗଡ଼ର ଯୁବକଙ୍କ ଛାତିରୁ କଢ଼ାଗଲା ୫ କେଜିର ଟ୍ୟୁମର

Advertisment
ଏସ୍‌ସିବିରେ ବିରଳ ଅସ୍ତ୍ରୋପଚାର: ଛତିଶଗଡ଼ର ଯୁବକଙ୍କ ଛାତିରୁ କଢ଼ାଗଲା ୫ କେଜିର ଟ୍ୟୁମର

କଟକ: ଏସ୍‌ସିବି ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଏକ ବିରଳ ଅସ୍ତ୍ରୋପଚାର ସଫଳ ହୋଇଛି। ଅସ୍ତ୍ରୋପଚାର ଦ୍ୱାରା ଛତିଶଗଡର ଜଣେ ଯୁବକଙ୍କ ଛାତିରୁ ୫ କି‌ଲୋ ଓଜନର ସ୍ପିଣ୍ଡିଲ୍ ସେଲ୍ ଟ୍ୟୁମର କଢ଼ାଯାଇଛି। କର୍କଟ ଚିହ୍ନଟ ପାଇଁ ଟ୍ୟୁମରର ନମୁନା ପାଥୋଲୋଜିକୁ ପରୀକ୍ଷା ପାଇଁ ପଠାଯାଇଛି ବୋଲି ପ୍ଲାଷ୍ଟିକ ସର୍ଜରୀ ବିଭାଗର ବରିଷ୍ଠ ପ୍ରଫେସର ଡାକ୍ତର ଅରୁଣ ଚୌଧୁରୀ କହିଛନ୍ତି । ଛତିଶଗଡ ବାଲବା ସିମଦେଶ ଅଞ୍ଚଳର ଅସିତ ଲାକ୍ରା(୨୫)ଙ୍କ ଛାତି, ଗଳା, କାନ୍ଧରେ ସ୍ପିଣ୍ଡିଲ୍ ସେଲ୍ ଟ୍ୟୁମର ମାଡି ଯାଇଥିଲା। ଏଥି ସହ ତାଙ୍କ ଶ୍ୱାସନଳୀ ଓ ଖାଦ୍ୟ ନଳୀ ମଧ୍ୟ ପ୍ରଭାବିତ ହୋଇଥିଲା। ରାଞ୍ଚିର ରାଜେନ୍ଦ୍ର ମେଡିକାଲ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସରେ ସେ ଚିକିତ୍ସିତ ହେଉଥିଲେ। ସେଠାକାର ଡାକ୍ତରଙ୍କ ପରାମର୍ଶକ୍ରମେ ଅସିତ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ପ୍ରତିଷ୍ଠାନ (ଏଏଚ୍‌ପିଜିଆଇସି)କୁ ଆସିଥିଲେ। ଗତ ୨୭ ତାରିଖରେ ଅସିତଙ୍କୁ ଏସ୍‌ସିବି ପ୍ଲାଷ୍ଟିକ ସର୍ଜରି ବିଭାଗକୁ ସ୍ଥାନାନ୍ତର କରାଯାଇଥିଲା। ଅସ୍ତ୍ରୋପଚାର ନିମନ୍ତେ ଏସ୍‌ସିବିରେ ସ୍ୱତନ୍ତ୍ର ଡାକ୍ତରୀ ଦଳ ଗଠନ ହୋଇଥିଲା। ପ୍ରଫେସର ଡାକ୍ତର ଚୌଧୁରୀଙ୍କ ସମେତ ଡାକ୍ତର ବି. ମିଶ୍ର, ଡାକ୍ତର ଏସ୍ ରାଉତରାୟ, ଡାକ୍ତର ଡି.କେ ସାହୁ, ଷ୍ଟାଫ ନର୍ସ ଏସ୍ ଦାସ, ନିଶ୍ଚେତକ ଡାକ୍ତର ଶୁଭଶ୍ରୀ ମିଶ୍ର, ଡାକ୍ତର ପି ସାମଲ ଏହି ଟିମ୍‌ରେ ରହିଥିଲେ। ପ୍ରାୟ ୫ ଘଣ୍ଟା କାଳ ଅସ୍ତ୍ରୋପଚାର କରାଯିବା ପରେ ଅସିତଙ୍କ ଛାତିରୁ ୫ କେଜି ଓଜନର ଟ୍ୟୁମର କଢ଼ାଯାଇଥିଲା। ତାଙ୍କ ଉଭୟ ଜଂଘରୁ ମାଂସ ନେଇ ସ୍କିନ୍ ଗ୍ରାଫ୍ଟିଂ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe