ଉଦାହରଣ ସୃଷ୍ଟି କଲେ ମହିଳା ଥାନା ଅଧିକାରିଣୀ, ନିଜେ ଗଛ କାଟି ରାସ୍ତା ସଫା କଲେ

Advertisment
ଉଦାହରଣ ସୃଷ୍ଟି କଲେ ମହିଳା ଥାନା ଅଧିକାରିଣୀ, ନିଜେ ଗଛ କାଟି ରାସ୍ତା ସଫା କଲେ

ବାରିପଦା: ଉଦାହରଣ ସୃଷ୍ଟି କଲେ ମହିଳା ଥାନା ଅଧିକାରିଣୀ। ନିଜେ କୁରାଢ଼ି ଧରି ଗଛ କାଟି ରାସ୍ତା ସଫା କଲେ। ଯାହାକି ସାଧାରଣରେ ପ୍ରଶଂସା କରାଯାଇଛି। ରାସ‌ଗୋବିନ୍ଦପୁର ଆଇଆଇସି ଲୋପାମୁଦ୍ରା ନାୟକ ଆଜି ଅମ୍ଫାନ୍‌ କାରଣରୁ ଏହି ଅଞ୍ଚଳରେ ଭାଙ୍ଗି ପଡ଼ିଥିବା ଏକ ଗଛକୁ କାଟି ରାସ୍ତା ସଫା କରିଛନ୍ତି। ଯଦିଓ ଏନେଇ ନିକଟସ୍ଥ ଅଗ୍ନିଶମ କେନ୍ଦ୍ରକୁ ଖବର ଦିଆଯାଇଥିଲା, ମାତ୍ର ସେମାନେ ଆସିବାରେ ବିଳମ୍ବ ଘଟିବାରୁ ନିଜେ ଆଇଆଇସି ଗଛ କାଟିବାକୁ ଅଣ୍ଟା ଭିଡ଼ିଥିଲେ। ନିଜର ସହକର୍ମୀଙ୍କ ସହାୟତାରେ ଲୋପାମୁଦ୍ରା ଗଛ କାଟି ରାସ୍ତା ସଫା କରିଥିଲେ। ଏହି ଘଟଣାକୁ ଟୁଇଟ୍‌ କରି ଏସ୍‌ପି ସ୍ମିତ୍‌ ପି ପରମାର୍‌ ମଧ୍ୟ ପ୍ରଶଂସା କରିଛନ୍ତି। ଏହାସହିତ ଲୋପାମୁଦ୍ରା ବିଭିନ୍ନ ଆଶ୍ରୟସ୍ଥଳ ବୁଲି ଲୋକମାନଙ୍କୁ ବିଭିନ୍ନ ବିଷୟରେ ସଚେତନ କରିବା ଏବଂ ଶୁଖିଲା ଖାଦ୍ୟ ବାଣ୍ଟିବା ମଧ୍ୟ ଦେଖାଦେଇଛି।

ମୟୂରଭଞ୍ଜରେ ବାତ୍ୟା ଅମ୍ଫାନ୍‌ ପ୍ରଭାବରେ ଜିଲ୍ଲାର ସବୁ ସ୍ଥାନରେ ଭୀଷଣ ବର୍ଷା ସହିତ ପବନ ଅନୁଭୁତ ହୋଇଛି। ଗତକାଲି ମଧ୍ୟରାତ୍ରରୁ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଥିଲା। ସକାଳୁ ସକାଳୁ ପାଗ ପୁରା କୋହଲା ରହିବା ସହିତ ବର୍ଷା ଲାଗିରହିଥିଲା। ଏହା ସହିତ ପବନ ମଧ୍ୟ ବହୁଥିଲା। ତେବେ ମଧ୍ୟାହ୍ନ ପ୍ରାୟ ୧୨ଟା ପରେ ପବନର ବେଗ ବଢ଼ିଥିଲା। ଏହା ପ୍ରଭାବରେ ଜିଲ୍ଲାର ଅଧିକାଂଶ ସ୍ଥାନରେ ଗଛ ଉପୁଡ଼ିବା ସହିତ ଘର ଭାଙ୍ଗିବାର ଖବର ରହିଛି। ବିଶେଷକରି ଜିଲ୍ଲାର ବେତନଟୀ, ବଡ଼ସାହି, ରାସଗୋବିନ୍ଦପୁର, ଶ୍ୟାମାଖୁଣ୍ଟା, ସାରସକଣା, କପ୍ତିପଦା, ମୋରଡ଼ା, ବାରିପଦା ଆଦି ବ୍ଲକ୍‌ରେ ଅମ୍ଫାନ୍‌ର ପ୍ରଭାବ ବେଶ୍‌ ଅନୁଭୁତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe