ରସଗୋଲା କୋଲକାତାରେ ବେଶ୍‌ ପ୍ରସିଦ୍ଧ, ମାତ୍ର ଏହା ଓଡ଼ିଶାର: ସୌରଭ ଗାଙ୍ଗୁଲି

Advertisment
ରସଗୋଲା କୋଲକାତାରେ ବେଶ୍‌ ପ୍ରସିଦ୍ଧ, ମାତ୍ର ଏହା ଓଡ଼ିଶାର: ସୌରଭ ଗାଙ୍ଗୁଲି
କଟକ: ରସଗୋଲାକୁ ନେଇ ଓଡ଼ିଶା-ପଶ୍ଚିମବଙ୍ଗ ଟଣାଓଟରା ଭିତରେ ଏଭଳି କଥା କହି କୋଟି କୋଟି ଓଡ଼ିଆଙ୍କ ହୃଦୟ ଜିତିଛନ୍ତି ବିସିସିଆଇ ସଭାପତି ତଥା ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି। ରସଗୋଲା ଓଡ଼ିଶାର ବୋଲି କହିଥିବା ସୌରଭଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ପ୍ରବଳ ମାତ୍ରାରେ ଟ୍ରେଣ୍ଡ୍ କରିଛି। ରାଜ୍ୟ ତଥା ଦେଶ ବିଦେଶରେ ରହୁଥିବା ଓଡ଼ିଆମାନେ ହଜାର ହଜାର ସଂଖ୍ୟାରେ ଏହି ଭିଡିଓଟିକୁ ସେୟାର କରିଛନ୍ତି। ସତ କଥା କହିଥିବାରୁ ଫେସବୁକ୍, ଟୁଇଟରରେ ସୌଭରଙ୍କୁ ଏଥିପାଇଁ କୃତଜ୍ଞତା ଜ୍ଞାପନ କରାଯାଇଛି।
ଜି ବଙ୍ଗଳାରେ ପ୍ରସାରିତ ବଙ୍ଗଳାର ଲୋକପ୍ରିୟ ଟିଭି ସୋ ‘ଦାଦାଗିରି’ରେ ସୌରଭ ଏକଥା କହିଛନ୍ତି। ସୌରଭ କହିଛନ୍ତି କି ରସଗୋଲା କୋଲକାତାରେ ବେଶ୍‌ ପ୍ରସିଦ୍ଧ।
ମାତ୍ର ଏହା ଓଡ଼ିଶାର।  ଜଗନ୍ନାଥ ମନ୍ଦିର ଇତିହାସରୁ ଏ ସୂଚନା ମିଳୁଛି ବୋଲି ସେ କହିଛନ୍ତି। ସୌରଭ ଏହି ଭିଡିଓରେ ନିଜ ପିଲାଦିନ କଥା ମଧ୍ୟ କହିଛନ୍ତି। ଯେତେବେଳେ ସେ
କଟକ କ୍ରିକେଟ ଖେଳିବାକୁ ଆସୁଥିଲେ ସେତେବେଳେ ସେ ଏଠାରେ ରସଗୋଲା ଖାଇବାକୁ ଭଲ ପାଉଥିଲେ ବୋଲି କହିଛନ୍ତି।
ରସ‌ଗୋଲାକୁ ନେଇ ଓଡ଼ିଶା-ପଶ୍ଚିମବଙ୍ଗ ଟଣାଓଟରା ଭିତରେ ୨୦୧୭ ନଭେମ୍ବର ୧୪ ତାରିଖରେ ରସଗୋଲାର ଜିଆଇ ଟ୍ୟାଗ୍‌ ପଶ୍ଚିମବଙ୍ଗକୁ ମିଳିଥିଲା। ପରେ ରାଜ୍ୟ ସରକାରଙ୍କ ଏମଏସଏମଇ ବିଭାଗ ଓଡ଼ିଶା ରସଗୋଲାର ଜିଆଇ ଟ୍ୟାଗ୍ ପାଇଁ ଆବେଦନ କରିଥିଲା। ୨୦୧୯ ଜୁଲାଇ ୨୯ ତାରିଖରେ ଓଡ଼ିଶାର ରସଗୋଲାକୁ ଜିଆଇ ଟ୍ୟାଗ୍ ମିଳିଥିଲା। ବିଶିଷ୍ଟ ଜଗନ୍ନାଥ ସଂସ୍କୃତି ଗବେଷକ ତଥା ସାହିତ୍ୟିକ ଅସିତ ମହାନ୍ତିଙ୍କ କହିଛନ୍ତି ଯେ ସୌରଭ ଗାଙ୍ଗୁଲି ସତକଥାକୁ ସାହସର ସହିତ ସ୍ବୀକାର କରିଛନ୍ତି। ଏଥିପାଇଁ ଓଡ଼ିଶାବାସୀଙ୍କ ପକ୍ଷରୁ ଶ୍ରୀ ମହାନ୍ତି ସୌରଭ ଗାଙ୍ଗୁଲିଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଶ୍ରୀ ମହାନ୍ତି କହିଛନ୍ତି ଯେ ମାତ୍ର ଆମର ତଥ୍ୟ, ପ୍ରମାଣ ଜାଣିବା ପରେ ପ୍ରତିଷ୍ଠିତ
ବ୍ୟକ୍ତି ବିଶେଷମାନେ ଏବେ ରସଗୋଲା ଓଡ଼ିଶାର ବୋଲି ସ୍ବୀକାର କରିବା ଆରମ୍ଭ କରିଛନ୍ତି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe