‘ରସକଲ୍ଲୋଳ ଦୀନକୃଷ୍ଣଙ୍କୁ କାଳଜୟୀ କରିଛି’

ଭକ୍ତକବି ଦୀନକୃଷ୍ଣ ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ

‘ରସକଲ୍ଲୋଳ ଦୀନକୃଷ୍ଣଙ୍କୁ କାଳଜୟୀ କରିଛି’

ଜଳେଶ୍ବର: ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟରେ ଭକ୍ତକବି ଦୀନକୃଷ୍ଣ ଦାସ ଜଣେ ପ୍ରଚଣ୍ଡ ପ୍ରତିଭା। ବୈଷ୍ଣବ କାବ୍ୟ ଧାରାର ଦୀନକୃଷ୍ଣ ଅନ୍ୟତମ ଯୁଗ ପ୍ରବର୍ତ୍ତକ ଥିଲେ ବୋଲି ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ ଖୁଦିଆମାଝିସାହି ପଞ୍ଚାୟତ ମୁଣତୁଣିଆସ୍ଥିତ କବି ପୀଠ ବା କବିଡ଼ିହ ପରିସରରେ ସ୍ମୃତି ମଣ୍ଡପରେ ଓଡ଼ିଶା ସାହିତ୍ୟ ଏକାଡେମି ଓ ଦୀନକୃଷ୍ଣ ସ୍ମୃତି ପରିଷଦ ମିଳିତ ଆନୁକୂଲ୍ୟରେ ଆୟୋଜିତ ଭକ୍ତକବି ଦୀନକୃଷ୍ଣ ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଓ ଦୀନକୃଷ୍ଣ ସ୍ମୃତି ପରିଷଦର ୪୩ତମ ବାର୍ଷିକ ଉତ୍ସବରେ ଯୋଗଦେଇ ବିଶିଷ୍ଟ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି।

ଆଜି ପୂର୍ବାହ୍ନରେ ସମାରୋହକୁ ବିଶିଷ୍ଟ ସମାଜସେବୀ ସୁବାସିନୀ ଜେନା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଓଡ଼ିଶା ସାହିତ୍ୟ ଏକାଡେମି ସଦସ୍ୟ କବି ଭରତ ଚନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ଭାବେ ଜଳେଶ୍ବର ବିଧାୟକ ଅଶ୍ୱିନୀ କୁମାର ପାତ୍ର ଓ ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ପ୍ରାଧ୍ୟାପକ ଭାଗବତ ପ୍ରସାଦ ବେହେରା ଯୋଗଦେଇ ବକ୍ତବ୍ୟରେ ଭକ୍ତକବିଙ୍କ ବହୁ ଉଲ୍ଲେଖନୀୟ ସୃଷ୍ଟି ଉପରେ ଆଲୋକପାତ କରିଥିଲେ। ଅନ୍ୟତମ ଅତିଥି ଭାବେ ଜଳେଶ୍ବର ବ୍ଲକ ଅଧ୍ୟକ୍ଷ ମାନସ ଜେନା, ଓଡ଼ିଶା ସାହିତ୍ୟ ଏକାଡେମି ସଦସ୍ୟ, ପ୍ରକାଶକ ତଥା କବି କାଳିପଦ ପଣ୍ଡା, ପ୍ରାକ୍ତନ କଲେଜ ଅଧ୍ୟକ୍ଷ ଡ. ବିଜୟ ମିଶ୍ର, ବିଶିଷ୍ଟ ଗାନ୍ଧୀବାଦୀ ନେତା ଆଦିତ୍ୟ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଦୀନକୃଷ୍ଣଙ୍କ ଜୀବନୀ ବିଷୟରେ ଅବତାରଣା କରିଥିଲେ।

ସ୍ମୃତି କମିଟିର ପ୍ରତିଷ୍ଠାତା ସମ୍ପାଦକ ବିପିନ ବିହାରୀ ବିଶ୍ବାଳ ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିଲେ। ସ୍ମୃତି କମିଟିର କାର୍ଯ୍ୟକାରୀ ସଭାପତି ବ୍ରଜେନ୍ଦ୍ର ନାଥ ଗିରି, ମୁଖପତ୍ର ସମ୍ପାଦକ ଡ. ରମାକାନ୍ତ ଭଞ୍ଜ ମଞ୍ଚ ପରିଚାଳନା କରିଥିଲେ। ସଭାରେ ଡ. ନଟବର ଶତପଥୀଙ୍କୁ ଭକ୍ତକବି ଦୀନକୃଷ୍ଣ ସମ୍ମାନ ଓ ହରିହର ପାଣିଗ୍ରାହୀ, ଅଟଳ ବିହାରୀ ନାୟକ, ଡ. ଉମେଶ ଚନ୍ଦ୍ର ମହାନ୍ତିଙ୍କ ସମେତ ଅନ୍ୟ ପ୍ରତିଭାଧରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରାରମ୍ଭରେ ଫକୀରମୋହନ ସାହିତ୍ୟ ପରିଷଦ ତରଫରୁ କଣ୍ଠଶିଳ୍ପୀ କଲ୍ୟାଣୀ ନନ୍ଦ ଓ ସାଥୀମାନଙ୍କ ଦ୍ବାରା ସଙ୍ଗୀତ ଗାନ କରାଯାଇଥିଲା। ଶେଷରେ ପ୍ରଧାନଶିକ୍ଷକ ଡ.ଅଜିତ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଅପରାହ୍ନରେ ବିଷୁବ କବିତା ଆସର ଅନୁଷ୍ଠିତ ହୋଇଥିବା ବେଳେ କବି ବ୍ରଜେନ୍ଦ୍ର ଗିରି ଏଥିରେ ଅଧ୍ୟକ୍ଷତା କରିଥିଲେ। କବି ମାୟାଧର ନାୟକ, ପ୍ରଧ୍ୟାପକ ରମେଶ ଚନ୍ଦ୍ର ନାୟକ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମୀକ୍ଷକ ଭାବେ ଅଧ୍ୟାପକ ଦୟାନିଧି ସାହୁ ଉପସ୍ଥିତ ଥିଲେ। କବି ଶ୍ରୀକୁମାର, ଶ୍ରୀମତୀ ସୁରମା ପାଣି, ରୀତାରାଣୀ ଦାସଙ୍କ ସଂଯୋଜନାରେ କବିତା ଆସର ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe