ଅଙ୍ଗଦାନ କରି ଅମର ହେଲେ ରଶ୍ମିପ୍ରଭା : ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ

Advertisment
ଅଙ୍ଗଦାନ କରି ଅମର ହେଲେ ରଶ୍ମିପ୍ରଭା : ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ

ଝାରସୁଗୁଡ଼ା: ଝାରସୁଗୁଡ଼ା ସହର ପଞ୍ଚପଡ଼ାରେ ରହୁଥିବା ଅଜୟ ପଟେଲଙ୍କ ସ୍ତ୍ରୀ ରଶ୍ମିପ୍ରଭା ପଟେଲ (୪୧)ଙ୍କର ମଙ୍ଗଳବାର ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ଘଟିଥିଲା। ମୃତ୍ୟୁ ପରେ ପରିବାର ଲୋକେ ତାଙ୍କ ହୃତପିଣ୍ଡ, ଫୁସ୍‌ଫୁସ୍‌ ଓ କିଡ୍‌ନି ଦାନ କରିଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍‌ ପହଞ୍ଚି ରଶ୍ମିପ୍ରଭାଙ୍କ ଶରୀରରୁ ଏହି ସବୁ ଅଙ୍ଗ ନେଇଥିଲା। ଏଥିରୁ ଗୋଟିଏ କିଡନି ଗତକାଲି ହିଁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଓ ଅନ୍ୟଟି କଟକ ଏସ୍‌ସିବି ମେଡିକାଲ କଲେଜ ହାସପାତାଳରେ କେନ୍ଦୁଝରର ଜଣେ ରୋଗୀଙ୍କଠରେ ପ୍ରତିରୋପଣ କରାଯାଇଛି। ଆଜି ରଶ୍ମିପ୍ରଭାଙ୍କ ମରଶରୀର ପଞ୍ଚପଡ଼ାସ୍ଥିତ ଘରେ ପହଞ୍ଚିବା ପରେ ଶ୍ମଶାନକୁ ନିଆଯାଇ ଶେଷକୃତ୍ୟ କରାଯାଇଥିଲା। ସେଠାରେ ଜିଲ୍ଲା ପୁଲିସ୍‌ ପକ୍ଷରୁ ତାଙ୍କୁ ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ କରାଯାଇଥିଲା।

ଏହି ଅବସରରେ ଏସ୍‌ପି ସ୍ମିତ୍‌ ପରମାର ପୁରୁଷୋତ୍ତମ, ଅତିରିକ୍ତ ଏସ୍‌ପି ଲମ୍ବୋଦର ବୁଡ଼ା, ଏସ୍‌ଡିପିଓ ଉମାଶଙ୍କର ସିଂହ, ଝାରସୁଗୁଡ଼ା ଥାନାଧିକାରୀ ରଞ୍ଜନ ବରିହା, ସଦର ଥାନାଧିକାରୀ ସ୍ବପ୍ନାରାଣୀ ଗୋଚ୍ଛାୟତ ଉପସ୍ଥିତ ଥିଲେ। ପରିବାର ଲୋକଙ୍କ କହିବାନୁସାରେ, ୧୭ ତାରିଖ ସନ୍ଧ୍ୟାରେ ରଶ୍ମିପ୍ରଭା ପୁଅ ସହିତ ସାଲେଟିକ୍ରାରୁ ଘରକୁ ଫେରୁଥିଲେ। ବିଜୁ ଏକ୍ସପ୍ରେସ୍ ୱେ’ର ପଞ୍ଚପଡ଼ା ପେଟ୍ରୋଲ ପମ୍ପ ନିକଟରେ ରାସ୍ତା ଉପରେ ପଡ଼ିଥିବା ଫ୍ଲାଏ ଆସ୍‌ରେ ଗାଡ଼ି ଖସିଯିବାରୁ ପଡ଼ିଯାଇ ରଶ୍ମିପ୍ରଭାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଝାରସୁଗୁଡ଼ାର ଏକ ଘରୋଇ ହସ୍ପିଟାଲ, ପରେ ଭିମ୍‌ସାର ଓ ସେଠାରୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe