ରାଷ୍ଟ୍ରୀୟ ସ୍ବଦେଶୀ ସଂକଳ୍ପ ଦିବସ ଆଜି

Advertisment

ଚୀନ୍‌ ବସ୍ତୁ ବର୍ଜନ କର: ସ୍ବଦେଶୀ ଜାଗରଣ ମଞ୍ଚ

ଚୀନ୍‌ ବସ୍ତୁ ବର୍ଜନ କର: ସ୍ବଦେଶୀ ଜାଗରଣ ମଞ୍ଚ

ରାଷ୍ଟ୍ରୀୟ ସ୍ବଦେଶୀ ସଂକଳ୍ପ ଦିବସ ଆଜି

Deccan Herald

ଭୁବନେଶ୍ବର : ଆସନ୍ତାକାଲି ଅର୍ଥାତ୍‌ ଏପ୍ରିଲ ୨୫ ତାରିଖକୁ ରାଷ୍ଟ୍ରୀୟସ୍ତରରେ ସ୍ବଦେଶୀ ସଂକଳ୍ପ ଦିବସ ଭାବେ ପାଳନ କରିବାକୁ ସ୍ବଦେଶୀ ଜାଗରଣ ମଞ୍ଚ ଡାକରା ଦେଇଛି। କରୋନା ମହାମାରୀର ଉତ୍ପତ୍ତିସ୍ଥଳ ଚୀନ୍‌ ବିରୋଧରେ ଦେଶବାସୀଙ୍କ ଆକ୍ରୋଶ ଭାବ ସୃଷ୍ଟି ହୋଇଛି। କେବଳ ଆକ୍ରୋଶ ପ୍ରଦର୍ଶନ କଲେ ହେବ ନାହିଁ, ଏହାକୁ ଏକ ସଂକଳ୍ପର ରୂପ ଦେବାକୁ ସମୟ ଆସିଛି। ତେଣୁ ଆସନ୍ତାକାଲି (ଶନିବାର) ସଂଧ୍ୟାରେ ସ୍ବଦେଶୀ ବସ୍ତୁର ବ୍ୟବହାର ଏବଂ ଚୀନ୍‌ ବସ୍ତୁର ବର୍ଜନ କରିବା ପାଇଁ ସଂକଳ୍ପ ନେବାକୁ ଆହ୍ୱାନ ଦେଇଛନ୍ତି ମଞ୍ଚର ରାଷ୍ଟ୍ରୀୟ ସଂଯୋଜକ ଆର୍‌. ସୁନ୍ଦରମ୍‌। ସଂଧ୍ୟା ସାଢ଼େ ୬ଟାରେ ଘରେ ଘରେ ପ୍ରଦୀପ ପ୍ରଜ୍ବଳନ କରି କରୋନା ମହମାରୀରୁ ମୁକ୍ତି ପାଇଁ ଇଷ୍ଟଦେବଙ୍କୁ ପ୍ରାର୍ଥନା କରିବା ପରେ ଏହି ସଂକଳ୍ପ ନେବାକୁ ମଞ୍ଚ ତରଫରୁ ଜନ ଜାଗରଣ ସୃଷ୍ଟି କରାଯାଉଥିବା ସେ ସୂଚନା ଦେଇଛନ୍ତି।

ସ୍ବଦେଶୀ ବସ୍ତୁର ବ୍ୟବହାର ସହ ଚାଇନା ବସ୍ତୁଗୁଡ଼ିକର ବର୍ଜନ, ସ୍ବଦେଶୀ ଅର୍ଥ ବ୍ୟବସ୍ଥା ଦ୍ୱାରା ବେରୋଜଗାରୀ ହଟାଇବା, ଦେଶରେ ପରିବେଶ ରକ୍ଷା ପାଇଁ ସଦାବେଳେ ଚେଷ୍ଟିତ ରହିବା, ପରିବାରରେ ସ୍ବଦେଶୀ ବସ୍ତୁର ବ୍ୟବହାର, ସଞ୍ଚୟ ସଂସ୍କୃତି, ସ୍ବଦେଶୀ ଜୀବନଶୈଳୀ ପାଇଁ ଉଦ୍ୟମ, ଜୈବିକ ବା ପାରମ୍ପରିକ କୃଷି ତଥା ଭାରତୀୟ କୁଟୀର ଶିଳ୍ପ ଉଦ୍ୟୋଗଗୁଡ଼ିକୁ ପ୍ରୋତ୍ସାହିତ କରିବାର ସଂକଳ୍ପ ନେବାକୁ ମଞ୍ଚ ଆହ୍ବାନ ଦେଇଛି। ନିଜ ଦେଶର ଜିନିଷ କିଣି ବ୍ୟବହାର କଲେ ବେରୋଜଗାରୀ ସମସ୍ୟାର ମଧ୍ୟ ସମାଧାନ କରାଯାଇପାରିବ ବୋଲି ମଞ୍ଚ କହିଛି।

ସାମାଜିକ ଦୂରତ୍ୱକୁ ଦୃଷ୍ଟି ଦେଇ ‘ସ୍ବଦେଶୀ ସ୍ବୀକାର ଚାଇନା ବହିଷ୍କାର’, ‘ସ୍ବଦେଶୀ ବ୍ୟବହାର କରନ୍ତୁ ଦେଶକୁ ସମୃଦ୍ଧ କରନ୍ତୁ’ ଆଦି ନାରା ଦେଇ ସ୍ବଦେଶୀ ସଂକଳ୍ପ ଦିବସ ପାଳନ କରିବାକୁ ସ୍ବଦେଶୀ କାର୍ଯ୍ୟକାର୍ତ୍ତା ସୋସିଆଲ ମିଡିଆ ମାଧ୍ୟମରେ ପ୍ରଚାର ଚଳାଇଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe