Sentinel Assam
ଭୁବନେଶ୍ବର : ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ(ରୁସା) ପକ୍ଷରୁ ରାଜ୍ୟର ବିଭିନ୍ନ ବିଶ୍ବବିଦ୍ୟାଳୟ ଓ କଲେଜକୁ ମିଳୁଥିବା ଅର୍ଥ ଠିକ୍ ଭାବେ ଖର୍ଚ୍ଚ ହେଉଛି କି ନାହିଁ ତାହାର ତଦାରଖ କରାଯିବ। ଏଥିପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୩ଟି ଟିମ୍ ଗଠନ କରାଯାଇଛି। ସେମାନଙ୍କୁ ଜିଲ୍ଲା ଓ କଲେଜ ଅନୁଯାୟୀ ଭାଗ ଭାଗ କରାଯାଇଛି। ପ୍ରତି ମାସରେ ଅତିକମ୍ରେ ଗୋଟିଏ ଜିଲ୍ଲାକୁ ତିନି ଥର ଗସ୍ତ କରିବେ। ୩ ଦିନ ଲଗାତାର ଭାବେ ରହିପାରିବେ ନ ହେଲେ ବିଭିନ୍ନ ସମୟରେ ତିନି ଥର ଯିବେ। ଗସ୍ତ ସମୟରେ ଅଧିକାରୀମାନେ ରୁସା ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କରିବେ।
ନୋଡାଲ କନ୍ସଲ୍ଟାଣ୍ଟ ଭାବେ ନିଯୁକ୍ତ ହୋଇଥିବା ରାଜେଶ କୁମାର ମିଶ୍ରଙ୍କୁ ୮ଟି ଜିଲ୍ଲାର ୪୮ଟି କଲେଜ ଦାୟିତ୍ବ ଦିଆଯାଇଥିବା ବେଳେ ରଶ୍ମିରଞ୍ଜନ ବିଶ୍ବାଳଙ୍କୁ ୧୦ଟି ଜିଲ୍ଲାର ୪୫ଟି ଓ ଅରୁଣ କୁମାର ବର୍ମାଙ୍କୁ ୧୧ଟି ଜିଲ୍ଲାର ୪୮ଟି କଲେଜ ଦିଆଯାଇଛି। ମୋଟ ୧୫୬ଟି ଶିକ୍ଷାନୁଷ୍ଠାନର ସମୀକ୍ଷା କରାଯିବ। ଏଥିରେ ୧୪୧ଟି କଲେଜ ରହିଥିବା ବେଳେ ୧୪ଟି ବିଶ୍ବବିଦ୍ୟାଳୟ ରହିଛି।
Follow Us